spot_img

Latest Posts

ଟାଙ୍ଗୀରେ ଆରମ୍ଭ ହୋଇଛି ବାତ୍ୟା କ୍ଷୟକ୍ଷତି ଆକଳନ

ଖୋର୍ଦ୍ଧା : ବାତ୍ୟା ପ୍ରଭାବରେ ଓଡିଶାର ଚାଷୀକୁଳ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି । ଅମଳ ହେବାକୁ ଥିବା ଧାନ ଚାଷ ନଷ୍ଟ ହୋଇଛି। ବାତ୍ୟା ପ୍ରଭାବରେ ଧାନ ଚାଷ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଆରମ୍ଭ ହୋଇଛି ଆକଳନ।

ଟାଙ୍ଗୀ ବ୍ଲକରେ କୃଷି ଅଧିକାରୀ ପହଁଚି ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଟାଙ୍ଗୀର ବୋତଣ୍ଡା, ନିରାକାରପୁର, ବଡ଼ ପୋଖରୀଆ, ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ ହୋଇଛି। ଆଜିଠାରୁ ପାଗ ଟିକେ ଭଲ ଦେବାରୁ ଧାନ ଚାଷ ସେଭଳି କ୍ଷୟକ୍ଷତି ହେବନାହିଁ । ଯାହାର କ୍ଷତି ହେବ ସେହି ଚାଷୀଙ୍କୁ ରବି ଫସଲ ମାଧ୍ୟମରେ ସୁବିଧା ସୁଯୋଗ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

 

Latest Posts

Don't Miss