ଖୁବଶୀଘ୍ର ଓଡ଼ିଶା ଫେରିବେ ଟନେଲରୁ ଉଦ୍ଧାର ଶ୍ରମିକ, 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଘଟଣାର କରୁଛନ୍ତି ତଦାରଖ
1 min readଉତ୍ତରାଖଣ୍ଡ: ଉତ୍ତରକାଶୀର ଟନେଲରେ ଫସିଥିବା ଓଡ଼ଆ ଶ୍ରମିକମାନେ ଖୁବଶୀଘ୍ର ଘରକୁ ଫେରିବେ । ଉତ୍ତରକାଶୀରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ସେ କହିଛନ୍ତି କି, ଓଡ଼ିଶାର ଫସିଥିବା ୫ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମରୁ ତତ୍ପରତା ପ୍ରକାଶ କରିଥିଲେ । ପୁରା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରମମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାକୁ ଚାଲିଛି ସମସ୍ତ ବ୍ୟବସ୍ଥା। 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରା ଘଟଣାର ତଦାରଖ କରୁଛନ୍ତି। ଟନେଲ ଧସିବା ପରଠାରୁ ଶ୍ରମିକ ଉଦ୍ଧାର ପର୍ଯ୍ୟନ୍ତ ସବୁଦିନ ସ୍ଥିତି ବିଷୟରେ ପଚାରି ବୁଝୁଥିଲେ ରାଜ୍ୟ ସରକାର। ପୁରା ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଏବଂ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ବୋଲି କହିଛନ୍ତି ସାରଦା ନାୟକ । ଟନେଲ ଧସିବା ପରେ ଫସିଥିବା ଶ୍ରମିକଙ୍କ ପରିବାର 5T ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ଅନ୍ୟ ଅଧିକାରୀ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନେଇ ଉତ୍ତରକାଶୀ ଯାଇଥିଲେ । ୫ ଶ୍ରମିକଙ୍କ ପରିଜନଙ୍କୁ ନେଇ ବିମାନ ଯୋଗେ ଯାଇଥିଲେ ସାରଦା ନାୟକ । ପ୍ରତ୍ୟେକ ମିନିଟରେ ଶ୍ରମିକଙ୍କ ଉଦ୍ଧାର ସମ୍ପର୍କିତ ତଥ୍ୟ ରଖୁଥିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସମସ୍ତ ଶ୍ରମିକ ଟନେଲରୁ ଉଦ୍ଧାର ହୋଇ ସାରିଛନ୍ତି । ଟନେଲ ଭିତରରୁ ଶ୍ରମିକ ଉଦ୍ଧାର ହେବା ପରେ ସମସ୍ତ ୫ ଶ୍ରମିକଙ୍କୁ ଯାଇ ଭେଟିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ସେମାନେ ସୁସ୍ଥ ଅଛନ୍ତି ଏବଂ ଜନ୍ମମାଟିକୁ ଫେରିବାକୁ ବ୍ୟଗ୍ର ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସରକାର ଶ୍ରମିକଙ୍କ ଉଦ୍ଧାର ନେଇ ଅଧିକ ତତ୍ପରତା ପ୍ରକାଶ କରିଥିଲେ ବୋଲି ସାରଦା ନାୟକ କହିଛନ୍ତି ।
ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ୟମକୁ ଉଦ୍ଧାର ପାଇଥିବା ଶ୍ରମିକମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଏବେ ଉତ୍ତରାଖଣ୍ଡରେ ଦୁଇ ଜଣ ଶ୍ରମ ଅଧିକାର ରହିଛନ୍ତି । ଓଡ଼ିଶାର ୫ ଶ୍ରମିକଙ୍କୁ ସକୁଶଳ ଓଡ଼ିଶା ନେଇ ଫେରିବୁ ବୋଲି କହିଛନ୍ତି ଉତ୍ତରାଖଣ୍ଡରେ ଥିବା ଶ୍ରମ ମନ୍ତ୍ରୀ । ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଏଠାକାର ରାଜ୍ୟ ସରକାରଙ୍କ ସମସ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଶ୍ରମିକଙ୍କୁ ନେଇ ଓଡ଼ିଶା ଫେରିବି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ।