spot_img

Latest Posts

ବିସିସିଆଇ ବିରୋଧରେ ପିଚ୍ ବଦଳ ଅଭିଯୋଗ,ଜବାବ ମାଗିଲା ଆଇସିସି

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆରମ୍ଭ ହେବ  ଭାରତ – ନ୍ୟୁଜିଲ୍ୟାଣ୍ଡ  ମଧ୍ୟରେ ସେମିଫାଇନାଲ ମ୍ୟାଚ୍ । ଏହା ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ପିଚ୍ ବଦଳାଯିବା କଥା ସାମ୍ନାକୁ ଆସିଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ ଅପରାହ୍ନ ୨ଟାରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ ପାଇଁ ଚୟନ ହୋଇଥିବା ପିଚ୍ ବଦଳରେ ଅନ୍ୟ ଏକ ପିଚରେ ମ୍ୟାଚ୍ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି ।

ରିପୋର୍ଟ ଅନୁଯାୟୀ ପ୍ରଥମେ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମର ୭ନଂ ପିଚରେ ଖୋଳାଯିବ ବୋଲି ଚୟନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହା ୬ନଂ ପିଚରେ ଖେଳାଯିବ ବୋଲି ନଷ୍ପତ୍ତି  ନିଆଯାଇଛି  । ୭ନଂ ପିଚ୍ ତାଜା ଥିଲା ଏବଂ ଏହା ଦ୍ରୁତ ବେଲୋରମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଥିଲା  । ଅନ୍ୟପଟେ ପୂର୍ବରୁ ଟୁର୍ନାମେଣ୍ଟର ୨ଟି ମ୍ୟାଚ୍ ୬ନଂ ପିଚରେ ଖେଳାଯାଇ ସାରିଛି, ସେଥିପାଇଁ ସ୍ପିନର୍ସଙ୍କୁ ଏହା ସାହାୟକ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ରାତାରାତି ପିଚ୍ ବଦଳ ପାଇଁ ବିସିସିଆଇ ଉପରେ ବଡ଼ ଅଭିଯୋଗ ଲାଗିଛି । ଯାହାର ଜବାବ ମାଗିଛି ଆଇସିସି ।

ବିସିସିଆଇ ଉପରେ କାହିଁକି ଲାଗିଲା ଅଭିଯୋଗ :
ବିସିସିଆଇ ଉପରେ ଏହା ଅଭିଯୋଗ ହୋଇଛି ଯେ, ଏହା ସେ ଭାରତୀୟ ଦଳକୁ ସୁହାଇବା ଭଳି ପଚ୍ ସ୍ଥିର କରାଯାଇଛି । ହେଲେ ବିସିସିଆଇକୁ ଉତ୍ତର ମାଗଯାଇଛି ଏବଂ ଉତ୍ତର ଆସିବା ପରେ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ଅଧକାରୀ କହିଛନ୍ତି  । କିନ୍ତୁ ଅନ୍ୟପଟେ ବିସିସିଆଇ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଜଣେ ବୋର୍ଡ ଅଧିକାରୀଙ୍କ ମତରେ, ବିଶ୍ୱକପ୍‌ର ପ୍ରତ୍ୟେକ ମ୍ୟାଚ୍‌ର ପିଚ୍‌ ଆଇସିସି ପରାମର୍ଶଦାତାଙ୍କ ଉପସ୍ଥିତିରେ ସ୍ଥିର ହୋଇଛି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ ଗ୍ରାଉଣ୍ଡରେ କେଉଁ ସଂଖ୍ୟକ ପିଚ୍ ବ୍ୟବହାର କରାଯିବ ତାହା ସ୍ଥିର ହୋଇଛି। ପିଚରେ କେତେ ଘାସ ବାକି ରହିବ ତାହା ମଧ୍ୟ ଆଇସିସି ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ୱୀକାର କରିଛନ୍ତି କି, ସେମାନଙ୍କୁ ଭାରତୀୟ ଦଳର ପିଚ୍ ଚୟନ ବିଷୟରେ ସୂଚନା ଦିଆଯାଇଥିଲା। ଏମସିଏ ଅଧିକାରୀ କହିଛନ୍ତି, ଭାରତୀୟ ଦଳ ଏହି ମ୍ୟାଚରେ ସ୍ଲୋ ପିଚ୍ ଚାହୁଁଛି, ତେଣୁ ଘାସକୁ ହଟାଇ ଦିଆଯାଇଛି ।

ଆଇସିସି ନିୟମ କଣ କହୁଛି:
ଆଇସିସିର ନିୟମ ଅନୁଯାୟୀ, ଯେକୌଣସି ମ୍ୟାଚ୍ ପାଇଁ ପିଚ୍ ବାଛିବାର ଅଧିକାର ଗ୍ରାଉଣ୍ଡ ଅଥୋରିଟିଙ୍କର ରହିଛି । ଏହି ମାମଲରେ ଗ୍ରାଉଣ୍ଡ ଅଥୋରିଟି ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଦିଆଯାଇଛି । କିନ୍ତୁ ପ୍ଲେଇଂ କଣ୍ଡିସନରେ ପିଚର ସ୍ଥିତି କିପରି ରହିବା ଦରକାର ଏହା କୌଣସି ନିୟମ ବା କେଉଁଠାରେ ବି ଉଲ୍ଲେଖ କରାଯାଇ ନାହିଁ । ଯେତେବେଳେ ଖେଳ ଆରମ୍ଭ ହୋଇଯାଏ ସେବେ ପିଚର ପୁରା ନିୟନ୍ତ୍ରଣ ଅମ୍ପାୟରଙ୍କ ହାତରେ ରୁହେ ।

ୱାଙ୍ଖଡେ ଷ୍ଟାଡିୟମରେ ODI ମ୍ୟାଚ୍ ରେକର୍ଡ
ୱାଙ୍ଖଡେ ଷ୍ଟାଡିୟମର ପିଚ୍ ବ୍ୟାଟିଂକୁ ସୁହାଇବା ପରି ପିଚ୍ ଅଟେ । ଚଳିତ ବର୍ଷ ଟୁର୍ନାମେଣ୍ଟର ପଞ୍ଚମ ତଥା ଶେଷ ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ  । ଏଠାରେ ଏହି ବିଶ୍ୱକପ୍‌ର ୪ଟି ମ୍ୟାଚ ମଧ୍ୟରୁ ୩ଟି ପ୍ରଥମେ ବ୍ୟାଟିଂ ଦଳ ଜିତିଛି । ୱାଙ୍ଖଡେରେ ଏପର୍ଯ୍ୟନ୍ତ ମୋଟ ୨୭ଟି ODI ମ୍ୟାଚ୍ ଆୟୋଜନ କରାଯାଇଛି | ଏଥିରେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୧୪ ଟି ମ୍ୟାଚ୍ ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ୧୩ଟି ମ୍ୟାଚ୍ ଜିତିଛନ୍ତି । ଏଠାରେ ସର୍ବାଧିକ ଦଳ ସ୍କୋର ହେଉଛି ୪୩୮, ଏବଂ ସର୍ବନିମ୍ନ ସ୍କୋର ହେଉଛି ୫୫ ରନ୍ ।

Latest Posts

Don't Miss