spot_img

Latest Posts

ଧୋନୀଙ୍କ ନୂଆ ଲୁକ୍ ମନେ ପକାଇ ଦେଉଛି ପୁରୁଣା ଦିନ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ନୂଆ ଲୁକ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଧୋନୀଙ୍କ ହେୟାର ଷ୍ଟାଇଲକୁ ଦେଖି ୟୁଜର୍ସମାନେ ସୋସିଆଲ ମିଡିଆରେ କମେଣ୍ଟମାନ ଦେଉଛନ୍ତି । ଧୋନୀ ଯେତେବେଳେ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ପାଦ ଥାପିଥିଲେ ସେତେବେଳେ ତାଙ୍କର ଲମ୍ବା ଚୁଟି ପାଇଁ ସେ ବେଶ ଜଣାଶୁଣା ଥିଲେ । ଏପରିକି ଅନେକ ପ୍ରଂଶସକ ତାଙ୍କ ଲମ୍ବା କେଶକୁ ଦେଖି ଜାଣୁଥିଲେ । ଧୋନୀଙ୍କ ଏହି ଲମ୍ବା କେଶ ଷ୍ଟାଇଲକୁ ଅନେକ ପ୍ରଂଶସକମାନେ ଅନୁସରଣ କରିଥିଲେ । ତେବେ ଆଇପିଏଲ ସମୟରେ ମଧ୍ୟ ଧୋନୀ ଭିନ୍ନ ଭିନ୍ନ ଲୁକ ତଥା ହେୟାର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ମାହି ପୁଣି ଥରେ ନିଜର ଭିଣ୍ଟେଜ୍ ହେୟାର ଷ୍ଟାଇଲ ରଖିଛନ୍ତି | ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଏମଏସ ଧୋନିଙ୍କୁ ଏହି ନୂଆ ଲୁକ ଦେଇଛନ୍ତି। ବହୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆଲିମ ମାହିଙ୍କ ନୂଆ ଲୁକର ଚିତ୍ର ସେୟାର କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଆଲିମ ହାକିମଙ୍କ ଦ୍ୱାରା ସେୟାର କରାଯାଇଥିବା ଚିତ୍ରରେ କଳା ଟି-ସାର୍ଟ ଏବଂ କଳା ଚଷମା ପିନ୍ଧିଥିବାର ନଜର ଆସିଥିଲେ। ଏହି ପୋଷାକ ତାଙ୍କ ଉପରେ ବହୁତ ସୁନ୍ଦର ଦେଖାଯାଉଛନ୍ତି  । ଯାହାକୁ ନେଇ ୟୁଜର୍ସମାନେ କମେଣ୍ଟମାନ ଦେଉଛନ୍ତି ।

Latest Posts

Don't Miss