କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିରରେ ଲଗାଇଥିଲେ ମାଇକ୍, ଖୋଲିଲା ବେଳେ ଚାଲିଗଲା ଜୀବନ
1 min readଯାଜପୁର: କୋରାଇ ଥାନା ଶାଳକଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମନ୍ଦିରରୁ ମାଇକ୍ ଖୋଲୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଉକ୍ତ ଗାଁର ଅଜୟ କୁମାର ସ୍ୱାଇଁଙ୍କ ସାନ ପୁଅ କାଳନ୍ଦୀ ସ୍ୱାଇଁ(୨୧)। ସୂଚନା ଅନୁଯାୟୀ, କାଳନ୍ଦୀ ଏକ ଟେଣ୍ଟ ହାଉସ୍ ରେ କାମ କରନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ଗାଁରେ ଥିବା ଶିବ ମନ୍ଦିରରେ ମାଇକ୍ ସେଟ୍ ଲଗାଇଥିଲେ । ଗତକାଲି ପୂଜା ଶେଷ ହେବା ପରେ ସେ ବିଳମ୍ବିତ ରାତିରେ ଯାଇ ଗାଁ ଶିବ ମନ୍ଦିରରୁ ମାଇକ୍ ସେଟ୍ ଖୋଲୁଥିବା ସମୟରେ ଏହି ଅଘଟଣ ଘଟିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
')}