ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର
କୋଣାର୍କ : ପାଞ୍ଚ ବର୍ଷ ପରେ ଝିଅ ଘରେ ପହଞ୍ଚିଲା ବାଲିତୃତୀୟା ଭାର । କାରଣ ପୁରୀ ଚନ୍ଦନପୁର ପୋଷ୍ଟ ଅଫିସରରୁ ଅସ୍ତରଙ୍ଗ ଯିବାକୁ ଲାଗିଗଲା ୫ବର୍ଷ ସମୟ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ୨୦୧୮ ମସିହା ଅଗଷ୍ଟ ୨୪ତାରିଖରେ ପୁରୀ ଜିଲ୍ଲା ବିରନରସିଂହପୁରର ପ୍ରକାଶ ରଥ ଝିଅ ଘରକୁ ବାଲିତୃତୀୟ ଭାର ବାଦଦକୁ ହଜାରେ ଟଙ୍କା ପଠାଇଥିଲେ । ଚନ୍ଦନପୁର ପୋଷ୍ଟ ଅଫିସରୁ ମନିଅର୍ଡର ମାଧ୍ୟମରେ ଏକ ହଜାର ଟଙ୍କା ପୁରୀ ଜିଲ୍ଲା ଅସ୍ତରଙ୍ଗପୁର ବ୍ଲକ ଆଦିକନ୍ଦପୁର ଶାସନ ଠିକଣାରେ ପଠାଇଥିଲେ । ହେଲେ ବାଲିତୃତୀୟ ଚାଲିଯିବା ପରେ ବି ଝିଅଘରେ ଟଙ୍କା ପହଞ୍ଚିନଥିଲା । ଡାକ ଘରେ ଯୋଗାଯୋଗ କରିବା ପରେ ବି ଟଙ୍କା ଆସିନଥିବା ଡାକ ବିଭାଗର ଅଧିକାରୀ କହିଥିଲେ । ପରେ ଘଟଣାକୁ ବିତିଯାଇଥିଲା ୫ ବର୍ଷ ।
ମନିଅର୍ଡର କଥା ସମସ୍ତେ ଭୁଲିଯାଇଥିବାବେଳେ ଗତ ୪ତାରିଖରେ ଜ୍ବାଇଁ ସୁଧୀରଙ୍କ ନାଁରେ ମନିଅର୍ଡରଟି ଆସି ପହଞ୍ଚିଥିଲା । ୫ବର୍ଷ ତଳେ ଶ୍ବଶୁର ପଠାଇଥିବା ମନିଅର୍ଡର ଏବେ ଆସି ପହଞ୍ଚିବା ଘଟଣା ସମସ୍ତଙ୍କୁ ଚକିତ କରୁଛି । ଏହାଛଡ଼ା ଡାକ ବିଭାଗର ଏଭଳି ଅବହେଳା ବାବଦରେ ପ୍ରଶ୍ନ ଉଠୁଛି । ଗୋଟିଏ ଜିଲ୍ଲା ଭିତରେ ମନିଅର୍ଡର ପହଞ୍ଚିବାକୁ ୫ ବର୍ଷ ଲାଗିଗଲା । ଏଥିପାଇଁ ଡାକ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଜ୍ବାଇଁ ସୁଧୀର । ଡାକ ବିଭାଗର କମ୍ପ୍ୟୁଟର ଯନ୍ତ୍ରୀଙ୍କର ତ୍ରୁଟି କାରଣରୁ ଏଭଳି ବିଳମ୍ବ ଘଟିଥିବା କୁହାଯାଉଛି ।