spot_img

Latest Posts

ନକଲି କପଡ଼ାରେ ଅସଲି ବ୍ରାଣ୍ଡ୍ ଲଗାଇ ଦେଢ କୋଟି ଟଙ୍କାର କାରବାର କରିଥାନ୍ତେ, ଆକାଉଣ୍ଟ ଫ୍ରିଜ୍‌

ବଲାଙ୍ଗୀର: ନକଲି କପଡ଼ା ଅସଲି ବ୍ରାଣ୍ଡ୍ ମାମଲାରେ ଗିରଫ ଅଭିଯୁକ୍ତ ରାଜେଶ ଲଖାନୀର ୩ଟି ବ୍ୟାଙ୍କ୍ ଆକଉଣ୍ଟ ଫ୍ରିଜ୍ । ତିନିଟି ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା ରହିଛି  । ରାୟପୁର ଓ କଲିକତାରୁ ନକଲି କପଡ଼ା ଆଣି ବିଭିନ୍ନ ବ୍ରାଣ୍ଡର ଟ୍ୟାଗ୍‌ ଲଗାଇ ବିକ୍ରି କରୁଥିଲେ ଲଖାନୀ ଗାର୍ମେଣ୍ଟସ୍‌ ମାଲିକ ରାଜେଶ ଲଖାନୀ । କେଉଁ କେଉଁ ଦୋକାନକୁ ଏଠାରୁ ଯାଉଥିଲା କପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗତକାଲି ଖଲିଆପାଲି ଗାଁରେ ଥିବା ରାଜେଶର କର୍ମଚାରୀ ପ୍ରକାଶ ବିଶ୍ବାଳଙ୍କ ଘରେ ଚଢ଼ାଉ କରି ଟାଉନ୍ ଥାନା ପୋଲିସ ୧୦ ଲକ୍ଷ ଟଙ୍କାର ବିଭିନ୍ନ ନକଲି ବ୍ରାଣ୍ଡର କପଡ଼ା ସହ ବ୍ରାଣ୍ଡେଡ୍ ଷ୍ଟିକର, ଜରି, କାଟୁନ୍, ବ୍ରାଣ୍ଡେଡ୍ ଷ୍ଟିୟରିଂ କରୁଥିବା ଆଇରନ୍ ସମେତ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ବିଭିନ୍ନ ସମାଗ୍ରୀ ଜବତ କରିଛି  । ରାୟପୁର ଓ କଲିକତାରୁ ଶହେ ଦୁଇଶହ ଟଙ୍କାରେ ଆସୁଥିବା ପ୍ୟାଣ୍ଟ୍, ସାର୍ଟରେ ନାମିଦାମୀ କମ୍ପାନୀର ଷ୍ଟିକର ଲଗାଇ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କାରେ ବିକ୍ରି ହେଉଥିଲା  । ଏହି ସବୁ କାରବାର କରିବାର ଦାୟିତ୍ଵ ତାଙ୍କ କର୍ମଚାରୀ ପ୍ରକାଶ ବିଶ୍ଵାଳକୁ ଦେଇଥିଲେ ରାଜେଶ  ।

୧୦ ଲକ୍ଷ ଟଙ୍କାର କପଡ଼ାରେ ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲାଗଇ ଦେଢ କୋଟି ଟଙ୍କାର କାରବାର ହୋଇଥାନ୍ତା ବୋଲି ପୋଲିସ ଜାଣିବାକୁ ପାଇଛି  । ମୁମ୍ବାଇର ତ୍ରିନିତ୍ରୀ କମ୍ପାନୀ କର୍ମଚାରୀ ଦିପେଶ ଗୁପ୍ତାଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା  । ତେବେ ଅଭିଯୁକ୍ତ ରାଜେଶ ନକଲି କାରବାର ଚେର୍ କେତେ ପର୍ଯ୍ୟନ୍ତ ଲମ୍ବିଛି ତାହାକୁ ନେଇ ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ପୋଲିସ ଟିମ ତଦନ୍ତ ଆରମ୍ଭ କରୁଛି । ପୂର୍ବରୁ ଲଖାନୀ ଗାର୍ମେଣ୍ଟ ମାଲିକ ରାଜେଶ ଲଖାନୀକୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ୍  । ରାଜେଶ ଲଖାନୀର ସୁଦପଡା ଗୋଦାମରୁ ୪୩ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡ କପଡା ଜବତ ହୋଇଥିଲା ।

Latest Posts

Don't Miss