ଲଖନପୁରରେ 5T ସଚିବଙ୍କ ବିକାଶ ସମୀକ୍ଷା

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ 5T ସଚିବ  । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । 5T ସଚିବଙ୍କୁ ପାଖରେ ଦେଖି ଭାବବିହ୍ବଳ ହୋଇ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ । ତାଙ୍କ ନିକଟକୁ ଯାଇ କଥା ହୋଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ 5T ସଚିବ । 5T ସଚିବ କହିଛନ୍ତି, ଲଖନପୁର ବ୍ଲକର ୩୩ଟି  ପଞ୍ଚାୟତର ପ୍ରତିଘରେ ପହଞ୍ଚିବ ପିଇବା ପାଣି । ଏଥିପାଇଁ  ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୩ ମାସ ଭିତରେ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ସେହିପରି ବ୍ରଜରାଜନଗରର ପ୍ରତ୍ୟକ ଘରେ ପାଣି ପହଞ୍ଚିବା ପାଇଁ ୨୯୫ କୋଟି ଖର୍ଚ୍ଚ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ୧୧୩ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ । ୫୦ ହଜାର ଏକର ଜମିରେ ପାଣି ପହଞ୍ଚିବ 5T ସଚିବ ଭି.କେ ପାଣ୍ଡିଆନ କହିଛନ୍ତି ।