ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ, ମଶାଣିରେ ପୁଅ ଭିଆଇଲା ଏଭଳି କାଣ୍ଡ

1 min read

ଭୁବନେଶ୍ୱର: ଅତି ଆପଣାର କେହି ଜଣେ ପ୍ରାଣତ୍ୟାଗ କଲେ ଦୁଃଖରେ ଆମେ ଭାଂଗିପଡ଼ୁ । ତାଙ୍କ ସ୍ମୃତି ଚାରଣ କରୁ । ସେ କିପରି ଥିଲେ, କ’ଣ କରୁଥିଲେ, କ’ଣ ଭଲ ପାଉଥିଲେ ତାର ତର୍ଜମା କରୁ । କିଛିଲୋକ ମୃତକଙ୍କ ପସନ୍ଦର ଜିନିଷ ନେଇ ଶ୍ମଶାନରେ ରଖିଦେଇ ଆସୁଥିବା ମଧ୍ୟ ଶୁଣିବାକୁ ମିଳିଥାଏ । ତେବେ ଏଯାଏଁ ମୃତ ବାପାଙ୍କ ପାଇଁ କାର ପଠାଇଥିବା କଥା ଶୁଣାଯାଇନାହିଁ ।

ମାତ୍ର ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ । ବାପା କେଶବ ଚନ୍ଦ୍ର ରାଉତଙ୍କ ମୃତ୍ୟୁରେ ଦୁଃଖିତ ପୁଅ ସ୍ୱର୍ଗୀୟ ପିତାଙ୍କ ଯାତାୟାତ ପାଇଁ କାର ପଠାଇବାକୁ ମନସ୍ଥ କରିଥିଲା । ଦୁର୍ଘଟଣା ବାପା କେଶବ ଚନ୍ଦ୍ର ଗୁରୁତର ଆହତ ହୋଇଥିଲେ, ମେଡିକାଲରେ ଦୀର୍ଘ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିବା ପୁଅ ନିରଞ୍ଜନ ରାଉତ ବାପାଙ୍କ ଏଟିଅସ କ୍ରସ କାରକୁ ମଶାଣିକୁ ନେଇ ସେଥିରେ ନିଆଁ ଲଗାଇଦେଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ')}

Leave a Reply