କଲେଜ ୟୁନିଫର୍ମ ପିନ୍ଧି ବାହାରି ଯାଇଥିଲେ, ହେଲେ ପହଞ୍ଚି ପାରିଲେନି

1 min read

ନବରଙ୍ଗପୁର:  ନବବିବାହିତ ମହିଳାଙ୍କ ଆତ୍ମହତ୍ୟା । ଘରୋଇ କଳିରୁ ଜଳ ଭଣ୍ଡାରକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ସ୍ଥିତ କପୁର ଡ୍ୟାମକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମହିଳା । ମୃତ ମହିଳା ଜଣକ ବଡ଼ପଦର ଗାଁର ଜୟନ୍ତୀ ହରିଜନ ।

ପ୍ରାଥମିକ ତଦନ୍ତ ପରେ ଶାଶୁ, ନଣନ୍ଦ  ଓ ସ୍ୱାମୀଙ୍କ ସହ ଗଣ୍ଡଗୋଳ ହେବାରୁ ଜୟନ୍ତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରବିବାର ଘର ଲୋକଙ୍କ ସହ ଗଣ୍ଡଗୋଳ ହେବା ପରେ ସେ ବେଡାପଦର ବାପାଘରକୁ ଚାଲି ଆସିଥିଲେ । ଆସିବା ପରେ ସ୍ୱାମୀ ତାଙ୍କ ବିନା  କିଭଳି ବଞ୍ଚିବେ ବୋଲି ହୃଦୟଙ୍ଗମ କରି ପୁଣି ସ୍ୱାମୀଙ୍କ ପାଖକୁ ଆସିଥିଲେ । ଘରକୁ ଆସିବା ପରେ ସ୍ୱାମୀ, ଶାଶୁ ଓ ନଣନ୍ଦମାନଙ୍କ ସହ ପୂନର୍ବାର ଗଣ୍ଡଗୋଳ ହେବାରୁ ଜୟନ୍ତୀ କଲେଜ ଯିବି ବୋଲି କହି କଲେଜ ଡ୍ରେସ ପିନ୍ଧି ବାହାରି ଆସିଥିଲା ଓ ରାସ୍ତାରେ  କପୁର ଡ୍ୟାମରେ  ଡେଇଁ ଆତ୍ମହତ୍ୟା  କରିଛନ୍ତି l ଖବର ପାଇ ଇନ୍ଦ୍ରାବତୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଅଗ୍ନିଶମ ବିଭାଗର ଦ୍ୱାରା ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

ମୃତ ଜୟନ୍ତୀ ଇନ୍ଦ୍ରାବତୀ କଲେଜରେ +୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ ।  ପ୍ରାୟ  ଆଠ ମାସ ତଳେ ସେ ଡୁମୁରିଗୁଡା ଗ୍ରାମର ଭୁବନ ହରିଜନ ନାମକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ l

  ')}

Leave a Reply