ନଭେମ୍ୱର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ପ୍ରଥମ ଦିନରେ ଅତିରିକ୍ତ ବଜେଟ୍
1 min readଭୁବନେଶ୍ୱର : ଆଉ ୨ ଦିନ ପରେ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୧୩ରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟଦିବସ । ସେଥିରୁ ୨୧ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟଦିବସ।
ଅଧିବେଶନର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ଏହା ଉପରେ ୩ ଦିନ ଧରି ହେବ ଆଲୋଚନା। ବିଧାନସଭାର ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ସଂପନ୍ନ କରିବାକୁ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି ସରକାର । ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଡିସେମ୍ୱର ୧୯ ତାରିଖ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ୍ । ')}