spot_img

Latest Posts

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କୁ ଜବାବ ଦେଲେ ଭାରତୀୟ

ଟୋରୋଣ୍ଟୋ : ଇଂଲଣ୍ଡ ପରେ କାନାଡାର ଓଟାବାରେ ଭାରତୀୟ ଦୂତାବାସ ବାହାରେ ଏକାଠି ହୋଇଥିବା ଖଲିସ୍ତାନୀଙ୍କୁ ଦୃଢ ଜବାବ ଦେଇଛନ୍ତି ଭାରତୀୟ। ଶନିବାର ଦିନ ଭାରୀୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକ ଏକଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଭାରତୀୟ ଜାତୀୟ ପତାକାର ଅପମାନ କରିବା ସହିତ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସେମାନଙ୍କୁ ଯବାବ ଦେବାକୁ ପହଞ୍ଚିଥିଲେ  ଭାରତୀୟଙ୍କ ନେଇ ଗଠିତ ଏକ ଗ୍ରୁପ୍।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ମଧ୍ୟ ରେ କିଛି ଖଲିସ୍ତାନୀ ଆତଙ୍କବାଦ ସମର୍ଥକଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି । ଏହି ସବୁ ମୃତ୍ୟୁ ପଛରେ ଭାରତ ସରକାରଙ୍କ ହାତ ଅଛି ବୋଲି ଖଲିସ୍ତାନୀ ସମର୍ଥକ ଦାବି କରୁଛନ୍ତି। ଏହା ବିରୋଧରେ ସେମାନେ ଭାରତୀୟ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ସେମାନଙ୍କ ଯୋଜନା ସମ୍ପର୍କରେ ଆଗରୁ ଜାଣି ଭାରତୀୟ ସେଠାରେ ପହଞ୍ଚିଥିଲେ। ମୋଟ ୫୦ ଜଣ ଭାରତୀୟ ଖଲିସ୍ତାନୀ ସମର୍ଥକଙ୍କୁ ଦୃଢ ଯବାବ ଦେଇଥିଲେ। ଫଳରେ ଦୂତାବାସ ଆଗରୁ ଖଲିସ୍ତାନୀ ସମର୍ଥକ ହଟିବାକୁ ବାଧ୍ୟ ହୋଇଥିଲେ।

ଏଠାରେ ଉଲ୍ଲେଖନୀୟ ଯେ, କିଛି ଦିନ ତଳେ ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରି ଖଲିସ୍ତାନୀ ସମର୍ଥକ ଜାତୀୟ ପତାକାର ଅସମ୍ମାନ କରିଥିଲେ। ଯାହାକୁ ନେଇ ଭାରତ ସରକାର ଇଂଲଣ୍ଡ ସରକାର ସମ୍ମୁଖରେ ନିଜ ପ୍ରତିବାଦ ରଖିଥିଲେ। ଏହାପରେ ବ୍ରିଟେନ୍ ଏହି ଆକ୍ରମଣକୁ ନିନ୍ଦା କରିଥିଲା। ସେହି ଘଟଣାକୁ ଦୃଷ୍ଟିରେ ରଖି କାନାଡା ସରକାର ଓଟାବାରେ ସୁରକ୍ଷାର କଡ଼ା ବନ୍ଦୋବସନ୍ତ କରିଥିଲେ.

Latest Posts

Don't Miss