ଓଡ଼ିଶାର କାଶ୍ମୀର କନ୍ଧମାଳରେ ଶୀତର ପହିଲି ଛୁଆଁ
1 min readକନ୍ଧମାଳ/ବାଲିଗୁଡ଼ା/ଗଜପତି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଯାଇଛି ଶୀତ । ଶୀତର ପ୍ରଥମ ସ୍ପର୍ଶରେ ଧରାପୃଷ୍ଠ ପୁଲକିତ । ପହିଲି ଶୀତର ଆଗମନରେ ଥୁରୁଥୁରୁ ବାଲିଗୁଡ଼ା ବାସିନ୍ଦା । ପହିଲି ଛୁଆଁରେ ବାଲିଗୁଡ଼ା ସହରବାସୀ ମତୁଆଲା । ଧିରେଧିରେ ପାରଦ ଖସିବାସହ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।
ସକାଳ ୯ଟା ଯାଏଁ ଘନ କୁହୁଡ଼ିର ଚାଦରତଳେ ଘୋଡେ଼ଇହୋଇ ରହୁଛି ସାରା ଅଞ୍ଚଳ । କାକର ବିନ୍ଦୁରେ ଘାସଗାଲିଚା ଝଲସିବାସହ ମୋତିର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ସ୍ଥାନୀୟ ପାର୍କ ଓ ଖେଳ ପଡିଆରେ ଭିଡ଼ ଜମିଲାଣି । ଶୀତରେ ନିଜକୁ ଫିଟ୍ ରଖିବାପାଇଁ ପିଲାଠୁ ବୁଢ଼ା ସମସ୍ତେ ଆରମ୍ଭ କରିଦେଲେଣି ଯୋଗ, ବ୍ୟାୟାମ୍ ଓ ମର୍ଣ୍ଣିଂ ଓ୍ୱାକ୍ ।
ଚାହା ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି । ସେପଟେ ଗଜପତିରେ ମଧ୍ୟ ଶୀତ ଋତୁର ପ୍ରଥମ କୁହୁଡି ଦେଖିବାକୁ ମିଳିଛି । କୁହୁଡି ପ୍ରଭାବରେ ବିଳମ୍ବିତ ସମୟ ଯାଏଁ ଅନ୍ଧକାରରେ ପାରଳା ସହର । କୁହୁଡି ଘୋଡାଇ ହୋଇଥିବାରୁ ରାସ୍ତା ଘାଟରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ')}