ବୁଦା ମୂଳରୁ ଶିଶୁ ପୁତ୍ର ଉଦ୍ଧାର

1 min read

ନବଜାତ ଶିଶୁପୁତ୍ର ଉଦ୍ଧାର । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ମନୋହର ସାହିର ପୋଖରୀ ହୁଡ଼ା ବୁଦାମୂଳରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ସକାଳେ ଗାଁ ଲୋକମାନେ ଗାଧୋଇବା ପାଇଁ ପୋଖରୀକୁ ଯିବା ବେଳେ ଶିଶୁଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରିଛନ୍ତି । ପୋଖରୀ ବୁଡ଼ାର ବୁଦାମୂଳେ ଶିଶୁଟି କପଡ଼ାରେ ଗୁଡ଼ା ହୋଇ ପଡ଼ିଥିଲା ।

ଏଏନ୍‌ଏମ୍‌ଙ୍କ ସହାୟତାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁପୁତ୍ରଟି କାହାର ଓ କାହିଁକି ତାକୁ ସେ ଫଙ୍ଗିଲା ସେନେଇ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଅନୈତିକ ସଂପର୍କରୁ ଜନ୍ମ ହୋଇଥିବାରୁ ଶିଶୁଟିକୁ କେହି ଲୋକ ଲଜ୍ଜା ଭୟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ')}

Leave a Reply