spot_img

Latest Posts

ତାନ୍ତ୍ରିକ କୈଫି ଖାନ କଳା କାରନାମାର ଲମ୍ବା ତାଲିକା

କଟକ :  ତାନ୍ତ୍ରିକ କୈଫି ଖାନ ନାଁରେ ଏବେ ସୁଦ୍ଧା ରୁଜୁ ହେଲାଣି ୪ଟି ମାମଲା । ଗିରଫ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ। ଏହା ଏକ ଅନ୍ତଃଜିଲ୍ଲା ଅପରାଧ। ରାଜ୍ୟ ବାହାରେ କୈଫି ଖାନ୍ ଠକିଛି କି ନାହିଁ, ସେନେଇ ତଦନ୍ତ ହେବ। ଆର୍ଥିକ କାରବାରର ତଦନ୍ତ ଚାଲିଥିବା କଟକ ଡିସିପି ପିନାକ୍ ମିଶ୍ର କହିଛନ୍ତି। ପୀରବଜାର ଅଞ୍ଚଳର ଶର୍ମିଲା ବିବି ମଧ୍ୟ କୈଫି ଖାନ୍ ନାଁରେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

୨୦୧୯-୨୦ ମସିହାରେ ଶର୍ମିଲାଙ୍କ ଘରେ କିଛି ଅସ୍ୱାଭାବିକ ଘଟଣା ପାଇଁ ପୁରା ପରିବାର ଚିନ୍ତାରେ ଥିଲେ। ଜଣେ ସମ୍ପର୍କୀୟଙ୍କ ଦ୍ଵାରା ଠାକ ବାବାର ସଂସ୍ପର୍ଶରେ ଆସିଥିଲେ। କୈଫି ଖାନ ତାଙ୍କୁ ମଧ୍ୟ ସେଇ ଏକା ଫର୍ମୁଲାରେ ପକାଇଥିଲା। ଘରେ ଗୁପ୍ତ ଧନ ଅଛି କହି ଘର ଖୋଳାଇଥିଲା। ମାଟି ତଳୁ କିଛି ଧାତୁ ବାହାର କରି ଶୋଧ ପାଇଁ ୨୦ଲକ୍ଷ ମାଗିଥିଲା। ଶର୍ମିଲା ତାଙ୍କୁ ୧୦ଲକ୍ଷ ଦେଇଥିଲେ। ଆଉ ଟଙ୍କା ନଦେଇପାରିବାରୁ ତାଙ୍କୁ ଭୟଭୀତ କରିଥିଲା ତାନ୍ତ୍ରିକ।

ବାହାରିଥିବା ଧାତୁକୁ ଶ୍ମଶାନରେ ପୋତି ଦେବା ସହିତ ଟଙ୍କା ଦେଲେ ତାହା ମିଳେଇ ଯିବ, ନଚେତ ସେ ଧାତୁ ପ୍ରେତାତ୍ମା ହୋଇ ତାଙ୍କ ଘର ପାଇଁ ବିପଦ ହେବ ବୋଲି କହିଥିଲା। ଠକାମୀର ଶିକାର ହୋଇଥିବା ଜାଣିବା ପରେ ଭୟ ଓ ଲୋକଲଜ୍ୟା ଦୃଷ୍ଟିରୁ ଥାନାରେ ଏତଲା ଦେଇନଥିଲେ ମହିଳା। ଏବେ ସମସ୍ତେ ସାମ୍ନାକୁ ଆସି ମୁହଁ ଖୋଲିବାରୁ ଶର୍ମିଲା ମଧ୍ୟ ସାହସ କରି ଏତଲା ଦେଇଥିବା କହିଛନ୍ତି ।

Latest Posts

Don't Miss