ନ୍ୟାୟ ପାଇଁ ପ୍ରେତାତ୍ମା ଖୋଜୁଛି ମଣିଷ ଶରୀର !

1 min read

ନ୍ୟାୟ ପାଇଁ ପ୍ରେତାତ୍ମା ଖୋଜୁଛି ଶରୀର । ମହିଳାଙ୍କ ଶରୀରେ ପଶି ବଖାଣୁଛି ମୃତ୍ୟୁର ରହସ୍ୟ  । ମୋତେ ମାରି ଦିଆଯାଇଛି … । ମୁଁ କାହାକୁ ଛାଡିବିନି ଆଉ ମୋତେ ନ୍ୟାୟ ଦରକାର । ମାରିବା ପରେ ମୋତେ ଏକ ପରିତ୍ୟକ୍ତ କୂଅରେ ଫୋପାଡି ଦେଇଛନ୍ତି… । ଏଭଳି ଅଭିଯୋଗ ଆଣିଛି ଅତୃପ୍ତ ଆତ୍ମା ।

ଏମିତି ଭୂତପ୍ରେତ କଥା କହି ଆପଣଙ୍କୁ ଭ୍ରମିତ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଏହା ହୁଏତ  କିଛି ଲୋକଙ୍କର ମାନସିକ ରୋଗ ହୋଇପାରେ । କିନ୍ତୁ ବାସ୍ତବରେ ସେମିତି କିଛି ଘଟଣା ଘଟିଛି ଯାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଘଟଣା ହେଉଛି ଏମିତି….

ଗତ ସେପ୍ଟେମ୍ବର ୧୮ ତାରିଖରେ ନତଡା ଗାଁ ମହାଦେବ ଖଟୁଆଙ୍କ ପୁଅ ପଞ୍ଚାନନ ଖଟୁଆଙ୍କ ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ପଡ଼ୋଶୀଙ୍କ କୂଅରୁ ଉଦ୍ଧାର କରାଯାଇଥିଲା । ଦୁଇ ଦିନ ପୂର୍ବରୁ ସେ ନିଖୋଜ ଥିଲେ । ଶବ ବ୍ୟବଛେଦ ରିପୋର୍ଟରୁ ପଞ୍ଚାନନଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା କୁହାଯାଇଥିଲା ।

ଏବେ ମୃତ ଯୁବକର ଆତ୍ମା ଗାଁର ବିଭିନ୍ନ ମହିଳାଙ୍କ ଶରୀରରେ ପ୍ରବେଶ କରି ମାଗୁଛି ନ୍ୟାୟ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ଭିତରେ ଗ୍ରାମର ୪ ମହିଳା ଏପରି ସମାନ ଆଚରଣ କରିଛନ୍ତି । ପ୍ରତି ମଙ୍ଗଳବାର ଓ ଶନିବାର ଏପରି ଘଟଣା ଦେଖିବାକୁ ମିଳୁଥିବାରୁ  ଦିନ କି ରାତି ଭୟରେ ଏହି ଦିନ ଗୁଡିକରେ ଗାଁ ଜନଶୂନ୍ୟ ହୋଇପଡୁଛି ।

ପଞ୍ଚାନନଙ୍କ ମୃତ୍ୟୁ ପରେ ସେହି ମାସ ୨୩ ତାରିଖରେ ହଠାତ ଜଣେ ପଡୋଶୀ ମହିଳା ଅସ୍ୱାଭାବିକ ଆଚରଣ ଦେଖାଇଥିଲେ । ସେ ମୃତ ପଞ୍ଚାନନଙ୍କ ଭଳି କଥାବାର୍ତ୍ତା କରୁଥିଲେ, ତାଙ୍କ ଚାଲିଚଳଣ ଢଙ୍ଗଢାଙ୍ଗ ମଧ୍ୟ ପଞ୍ଚାନନଙ୍କ ସହ ମେଳ ଖାଉଥିଲା।

ଅନ୍ୟପଟେ ଏପରି ଘଟଣା ଦେଖି ମୃତ ପଞ୍ଚାନନଙ୍କ ପରିବାର ଲୋକ ମଧ୍ୟ ପଞ୍ଚାନନଙ୍କୁ ମାରି ଦିଆଯାଇଛି ବୋଲି ସନ୍ଦେହ କରୁଛନ୍ତି । ')}

Leave a Reply