ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ: ରାୟଗଡ଼ା ଡିଏଫ୍ଓ ନିଲମ୍ବିତ

1 min read

ରାୟଗଡ଼ା : ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ରାୟଗଡ଼ା ଫରେଷ୍ଟ ଡିଭିଜନର ଡିଏଫ୍‌ଓ ଦେବାର୍ଚ୍ଚନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ସରକାରୀ କୋଠ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଦୁର୍ନୀତି, ବାମ୍ୱୋ କଟେଜ ନିର୍ମାଣରେ ଦୁର୍ନୀତି ନେଇ ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ରହିଥିଲା। ତେବେ ଏ ସବୁ ଅଭିଯୋଗଠାରୁ ଅଧିକ ଥିଲା ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନାର ଅଭିଯୋଗ । ଏ ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହିତ ଅଭିଯୋଗ ନେଇ ଆରମ୍ଭ ହୋଇଛି ତଦନ୍ତ । ଏ ସମ୍ପର୍କରେ ଅଭିଯୁକ୍ତ ଡିଏଫ୍‌ଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବରୁ ଦୁର୍ନୀତି ସାବ୍ୟସ୍ତ ହେବା ପରେ କିଛି ଅଫିସରଙ୍କୁ ବିହିଷ୍କାର କରିବା ସହ କିଛିଙ୍କୁ ଜବରଦସ୍ତି ଅବସର ଦିଆଯାଇଥିଲା । ଆଉକିଛି ଅଧିକାରୀଙ୍କ ପେନସନ୍‌ ବନ୍ଦ କରିଥିଲେ ରାଜ୍ୟ ସରକାର । ')}

Leave a Reply