ଅନ୍ଧବିଶ୍ୱାସ ପାଇଁ ପିଟିପିଟି ମାରିଦେଲେ
1 min readମାଲକାନଗିରି : ଶିକ୍ଷିତ ସମାଜରେ ଅନ୍ଧବିଶ୍ୱାସର ରାଜ । ଅନ୍ଧବିଶ୍ୱାସ ପାଇଁ ବାରମ୍ବାର ଘଟୁଛି ବର୍ବର ହତ୍ୟାକାଣ୍ଡ । ଗଣମାଧ୍ୟମରେ ବାରମ୍ବାର ଏଭଳି ଖବର ପ୍ରକାଶିତ ପରେ ମଧ୍ୟ ଚେତୁନାହାନ୍ତି ହତ୍ୟାକାରୀ । ମାଲକାନାଗିରି ଜିଲ୍ଲା ମାଥିଲି ଥାନା ମାଳିଗୁଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି ।
ଶୁକ୍ରବାର ରାତିରେ ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଠାରେ ଜଣେ ବାପା ଓ ତାଙ୍କ ପୁଅକୁ ହତ୍ୟା କରାଯାଇଛି । ଦୁଇଜଣଙ୍କୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରାଯାଇଛି ।
ସୂଚନା ଅନୁଯାୟୀ, ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ପୂର୍ବରୁ ତିନି ବର୍ଷ ହେବ ସେହି ପରିବାରକୁ ବାସନ୍ଦ କରାଯାଇଥିଲା । ଗତ ରାତିରେ ବାପ ଓ ପୁଅକୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ହତ୍ୟାପରେ ସେମାନଙ୍କ ମୃତଦେହକୁ ନଦୀକୂଳରେ ଫିଙ୍ଗି ହେଇଛନ୍ତି ଅଭିଯୁକ୍ତମାନେ । ମୃତବ୍ୟକ୍ତି ମାନେ ହେଉଛନ୍ତି ସଦନ ମାଳି ଏବଂ ତାଙ୍କ ପୁଅ ନୀଳାଦ୍ରି ମାଳି ।
ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ବ୍ୟକ୍ତି ମାଥିଲି ଥାନାରେ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଚଳାଇଛି । ')}