spot_img

Latest Posts

କଟକ ଷ୍ଟେସନରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଏକ୍ସପ୍ରେସ୍ ରେଳଯାତ୍ରୀ

କଟକ: ରେଳଷ୍ଟେସନ ୫ ନମ୍ବର ପ୍ଲଟଫର୍ମରେ ଅଟକିଛି ଭୁବନେଶ୍ୱର- ବାଙ୍ଗିରିପୋଷି ଏକ୍ସପ୍ରେସ୍ ଟ୍ରେନ୍ । ଏସି ବଗି ବଫରିଂ ହୋଇଥିବା ବେଳେ ବଫରଟି ବଙ୍କା ହୋଇ ଆରପଟ ବଗିରେ ପଶିଯାଇଥିଲା। ଯାହାଫଳରେ ଟ୍ରେନଟି ପଖାପାଖି ଏକ ଘଣ୍ଟାରୁ ଅଧିକ ସମୟ କଟକ ଷ୍ଟେସନରେ ଅଟକି ରହିଛି।

ସକାଳ ୯ଟା ୩୦ ମିନିଟରେ ଟ୍ରେନଟି ଷ୍ଟେସନରେ ପହଂଚିବା ବେଳେ ହଠାତ ଏହାର ବଫର ସମସ୍ୟା ହୋଇଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ସଂଗେ ସଂଗେ ରେଳ ବିଭାଗର ଟେକ୍ନିକାଲ ଟିମ୍‌ ପହଞ୍ଚି ଏହାକୁ ମରାମତି କରୁଛନ୍ତି। ଯାତ୍ରୀ ମାନଙ୍କୁ ଅନ୍ୟ ବ୍ୟବସ୍ଥା କରି ଗନ୍ତବ୍ୟ ସ୍ଥଳକୁ ପଠାଯିବ ବୋଲି ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି ।

Latest Posts

Don't Miss