ଓଡ଼ିଶା ସରକାର ଓ ସିଇସିଙ୍କ ମଧ୍ୟରେ ବୈଠକ

1 min read

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ବା ସିଇସିର ୪ ଜଣିଆ ଟିମ୍ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଞ୍ଚାୟତିରାଜ ସଚିବ । ରାଜ୍ୟରେ କଣ କାମ କରାଯାଉଛି ସେ ସଂପର୍କିତ ତଥ୍ୟ ସିଇସିଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଛି । ସିଇସିର ଏହି କମିଟି ମୟୁରଭଞ୍ଜ ଓ କେନ୍ଦୁଝର କ୍ଷେତ୍ର ପରିଦର୍ଶନ କରିବେ। ପରିଦର୍ଶନ କରିବା ପରେ କମିଟି ସୁପ୍ରିମକୋର୍ଟରେ ନିଜର ରିପୋର୍ଟ ଦାଖଲ କରିବେ । ଏବେ OMBADCରେ ପ୍ରାୟ ୧୬ ହଜାର କୋଟି ଟଙ୍କା ଗଚ୍ଛିତ ଅଛି । ଏଥିରୁ ବର୍ତ୍ତମାନ ସୁଦ୍ଧା ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଥିବା ପଞ୍ଚାୟତିରାଜ ବିଭାଗ ସଚିବ କହିଛନ୍ତି । ବଳକା ଟଙ୍କା ପ୍ରକଳ୍ପ ଦେବା ପରେ ଖର୍ଚ୍ଚ ହେବ। ରାଜ୍ୟ ସରକାର ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି । ସବୁ ବିଭାଗକୁ ପ୍ରୋଜେକ୍ଟ ରିପୋର୍ଟ ଦେବା ପାଇଁ କୁହାଯାଇଛି। ସେଣ୍ଟ୍ରାଲ୍ ଏମ୍ପାଓ୍ୱାର୍ଡ କମିଟିର ଅଧ୍ୟକ୍ଷ ପି.ଭି ଜୟକ୍ରିଷ୍ଣାଙ୍କ ସହ ଅନ୍ୟ ୩ ଜଣ ସଦସ୍ୟ ଓଡ଼ିଶା ଆସିଛନ୍ତି । ')}

Leave a Reply