spot_img

Latest Posts

କାଲି ରାଜଭବନ ଆଗରେ ବିକ୍ଷୋଭ, ଆଜି ପଞ୍ଚାୟତରେ ବିଜେଡିର ହଲ୍ଲାବୋଲ୍

ଭୁବନେଶ୍ୱର: କାଲି ରାଜଭବନ ଆଗରେ ବିକ୍ଷୋଭ, ଆଜି ପଞ୍ଚାୟତରେ ବିଜେଡିର ହଲ୍ଲାବୋଲ୍। ଚାଷୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର। କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆରପାର ଲଢେଇ କରୁଛି ବିଜେଡି। ରାଜ୍ୟର ସମସ୍ତ ପଞ୍ଚାୟତରେ ବିଜେଡି ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କରୁଛି । ଗାଁ ଗାଁରେ କେନ୍ଦ୍ରକୁ ହକ୍ ମାଗୁଛନ୍ତି ଚାଷୀ। କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା କାଟ୍ ହୋଇଛି। ଏପରିକି କୃଷି କ୍ଷେତ୍ରରେ କଷ୍ଟମ କି ଜିଏସଟି ହ୍ରାସ କରାଯାଇନି। ସେପଟେ ୧୮ ଲକ୍ଷ ମେଟ୍ରିକ ଟନ୍ ବଦଳରେ ମାତ୍ର ୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଉଛି ଏଫସିଆଇ ।

ଫଳରେ ଚାଷୀଙ୍କର ଚାଉଳ ନଷ୍ଟ ହେବ। ସେପଟେ ଚାଉଳ ବାବଦ ୧୪ ହଜାର କୋଟି ସବସିଡି ବି ଦେଉନି କେନ୍ଦ୍ର । ଏହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ସଂସଦରେ ବାରମ୍ବାର ବିଜେଡି ସାଂସଦ ଚାଷୀଙ୍କ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ ଉଠାଉଛନ୍ତି । ହେଲେ କେନ୍ଦ୍ର ଏଥିରେ କର୍ଣ୍ଣପାତ କରୁନି। ଗତକାଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ, ଆସ୍ତନ୍ତାକାଲି ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ଆନ୍ଦୋଳନ କରାଯିବ।

Latest Posts

Don't Miss