spot_img

Latest Posts

ବିଜେପିର ସେଲଫି କ୍ୟାମ୍ପେନକୁ ଶ୍ରୀମୟୀଙ୍କ ସମାଲୋଚନା

ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା। ବିଜେଡି ସବୁବେଳେ ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ବିଜେପି ମହିଳାଙ୍କ ବିକାଶ ଚାହୁଁଥିଲେ ସଂସଦରେ ବିଜେପି ଏମପିମାନେ ମହିଳା ସଂରକ୍ଷଣ ବିଲ ପାରିତ ପାଇଁ ଦାବି କରନ୍ତୁ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ବିଜେଡି ଦୀର୍ଘ ଦିନରୁ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ନେଇ ଦାବି କରିଆସୁଛି।

୨୦୨୧-୨୨ରୁ ଓଡ଼ିଶାର ୯୦ଲକ୍ଷ ମହିଳା ଉଜ୍ଜ୍ୱଳା ଗ୍ୟାସ ରିଫିଲ କରି ପାରିନାହାଁନ୍ତି। ବିଜେପିର ସାଂସଦମାନେ କେନ୍ଦ୍ର ସରକାରଙ୍କ ପାଖରେ ଏନେଇ ଦୃଢ଼ ଦାବି ରଖିଲେ ରାଜ୍ୟର ଉଜ୍ଜ୍ୱଳା ହିତାଧିକାରୀ ଉପକୃତ ହୁଅନ୍ତେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫କିଲୋ ଚାଉଳ କାଟି ଦିଆଯାଇଛି। ଏହାର ପ୍ରଭାବ ରାଜ୍ୟର ୧କୋଟି ଗରିବଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି।

କେନ୍ଦୁପତ୍ରର ଜିଏସଟି ୧୮ପ୍ରତିଶତ ଯୋଗୁଁ ୮ଲକ୍ଷ ଆଦିବାସୀ ମହିଳା କେନ୍ଦୁପତ୍ର ତୋଳାଳିଙ୍କ ଜୀବିକା ପ୍ରଭାବିତ ହେଉଛି। ଜିଏସଟି ଛାଡ଼ ନହେଲେ ଆଦିବାସୀ ମହିଳା ରୋଜଗାର ହରାଇବେ। ଏକଥା ବିଜେପିକୁ କାହିଁକି ଦେଖାଯାଉନି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି।

Latest Posts

Don't Miss