ଧ୍ବଂସାବଶେଷ ତଳେ ପରିସ୍ରା ପିଇ ବଞ୍ଚିଥିଲେ, ୯୪ ଘଣ୍ଟା ପରେ ଉଦ୍ଧାର ହେଲେ

1 min read

ତୁର୍କୀ: ତୁର୍କୀ ଏବଂ ସିରିଆରେ ଭୂକମ୍ପ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଦିନ ଯେତେ ଗଡ଼ୁଛି ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏହା ସହ ଜୀବନ ମରଣ ସହ ସଂଗ୍ରାମ କରି ବଞ୍ଚୁଥିବା ଖବର ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ଭୂକମ୍ପ ସ୍ଥଳରୁ ଦିନକୁ ଦିନ ଛାତିଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଏବେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ଭୁକମ୍ପରେ ତୁର୍କୀର ଗଜିଆଟେପ ଅଞ୍ଚଳର ଏକ ବଡ଼ ବିଲ୍ଡିଂ ଭୁଷୁଡ଼ି ପଡ଼ିଥିଲା । ଏହି ବିଲ୍ଡିଂ ତଳେ ଅନେକ ଲୋକ ଫସି ଯାଇଥିଲେ । କିଛି ଲୋକଙ୍କୁ ଉଦ୍ଧାର କରାଗଲା ଏବଂ କିଛି ଲୋକ ମୃତ୍ୟୁ ବରଣ କରିଥିଲେ । ଏହି ବିଲ୍ଡିଂ ତଳେ ଚାପି ହୋଇ ରହିଯାଇଥିଲେ ଅଦନାନ୍ ନାମକ ଯୁବକ ।

ପ୍ରବଳ ଚିତ୍କାର ପରେ ବି ଫସିଥିବା ୧୭ ବର୍ଷ ବୟସର ଅଦନାନଙ୍କ ସ୍ବର କେହି ଶୁଣି ପାରି ନଥିଲେ । ଧ୍ବଂସାବଶେଷ ତଳେ ସେ ପ୍ରାୟ ୨ ରୁ ୩ ଦିନ ଯାଏ ରହିବା ପରେ ପିଇବା ପାଇଁ ପାଣି ଦରକାର ପଡ଼ିଥିଲା । ମାଟି ତଳେ ତଣ୍ଟି ଓଦା କରିବାକୁ ସେ କିଛି ଉପାୟ ନ ପାଇ ନିଜ ପରିସ୍ରା ପିଇଥିଲେ । ଯେତେ କଷ୍ଟ ହେଲେ ବି ସେ ନିଜ ଜୀବନ ବଞ୍ଚାଇବାକୁ ସତ ଚେଷ୍ଟା କରିଥିଲେ । ଏହା ପରେ ଅଦନାନଙ୍କୁ ପ୍ରାୟ ୯୪ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା ।