ଦୁବାଇରେ ପୂର୍ବତନ ପାକିସ୍ତାନୀ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫଙ୍କ ଦେହାନ୍ତ

ଦୁବାଇ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫଙ୍କ ଦୁବାଇରେ ନିଧନ ହୋଇଯାଇଛି । ଦୁବାଇରେ ଆତ୍ମନିର୍ବାସନରେ ଥିବା ପରଭେଜ୍ ମୁଶାରଫଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ୟୁଏଇ (ମିଳିତ ଆରବ ଏମିରଟ)ର ଏକ ଆମେରିକୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିଲେ ।ଶୁକ୍ରବରା ଦିନ ତାଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନୀ ମିଡିଆ ସୂତ୍ରରୁ ପ୍ରକାଶ ।

ଦୁବାଇରେ ରହୁଥିଲେ ମୁଶାରଫ

କ୍ଷମତାରୁ ବିଦା ହେବା ପରେ ମୁଶାରଫ ଦୁବାଇରେ ରହୁଥିଲେ । ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରି ସେ କ୍ଷମତା ଦଖଲ କରିଥିଲେ । ୨୦୦୮ରେ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଦେଶ ଛାଡି ଦେଇଥିଲେ ।

କାରଗିଲ ଯୁଦ୍ଧ ପଛର ଖଳନାୟକ

ଜେନରାଲ ପରଭେଜ୍ ମୁଶରଫ ପାକ୍ ସେନା ମୁଖ୍ୟ ଥିବା ବେଳେ କାରଗିଲ ଷଡ଼ଯନ୍ତ୍ର ହୋଇଥିଲା । ଭାରତୀୟ ପ୍ରଧାନମନ୍ତ୍ରୀ ବସ ଯୋଗ ଲାହୋର ଯାତ୍ରା କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଥିଲା ଏହି ଯାତ୍ରାର ଲକ୍ଷ୍ୟ । କିନ୍ତୁ ସେହି ସମୟରେ ମୁଶାରଫ ନିଜ ସହକର୍ମୀଙ୍କ ସହିତ ମିଶ କାରଗିଲ ଷଡ଼ଯନ୍ତ୍ର କରିଥିଲେ । କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ଯୁଦ୍ଧ ପରେ ମୁଶାରଫଙ୍କୁ ବରଖାସ୍ତା କରିବାକୁ ନୱାଜ ସରିଫ ଉଦ୍ୟମ କରିଥିଲେ । ତେବେ ଶ୍ରୀଲଙ୍କା ଗସ୍ତରେ ଥିବା ମୁଶାରଫ ନିଜ ବିଶ୍ୱସ୍ତଙ୍କ ସହାୟତାରେ ଓଲଟା ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରିଥିଲେ । ୨୦୦୮ ଅଗଷ୍ଟ ୧୨ ତାରିଖରେ ମୁଶାରଫ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ।

ଭାରତରୁ ଯାଇଥିଲେ ମୁଶାରଫଙ୍କ ପରିବାର

ଭାରତ ବିରୋଧୀ ମୁଶାରଫଙ୍କ ପରିବାର ୧୯୪୭ରେ ପାକିସ୍ତାନ ପଳାୟନ କରିଥିଲା । ଏହାର ୪ ବର୍ଷ ପୂର୍ବରୁ ଅର୍ଥାତ ୧୯୪୩ରେ ମୁଶାରଫଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ଦିଲ୍ଲୀରୁ ଯାଇ ପାକିସ୍ତାନରେ ମୁଶାରଫଙ୍କ ପରିବାର ରହିଥିଲା ।