ପାତାଳରେ ମିଳୁଛି ମନଲୋଭା ଖାଦ୍ୟ, ଖାଇବାକୁ ଇଚ୍ଛା ତ ପଢ଼ନ୍ତୁ ଏହି ଖବର
1 min readଆପଣ ଆପଣଙ୍କ ବନ୍ଧୁ କି ପରିବାର ସହ ଭଲ ହୋଟେଲ ବା ରେଷ୍ଟୁରାଣ୍ଟର ସନ୍ଧାନରେ ଅଛନ୍ତି କି ? ଚାଲନ୍ତୁ ଏକ ମନଲୋଭା ହୋଟେଲର ଠିକଣା ଦେଉଛୁ । ଏହା ପୁଣି ମର୍ତ୍ତ୍ୟରେ ନୁହେଁ । ବରଂ ପାତାଳପୁରରେ କହିଲେ ଚଳେ । ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ବାସ୍ତବ । ପର୍ଯ୍ୟଟକ ତଥା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ନିୟୁ ମେକ୍ସିକୋରେ ଅଛି ଏଭଳି ଭୋଜନାଳୟ । ନାଁ ହେଉଛି ‘କାର୍ଲସବଡ୍ ନେସନାଲ ପାର୍କ’ । ଯାହାକି ମେକ୍ସିକୋର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି । ଭୂଇଁଠାରୁ ୭୫୦ ଫୁଟ ତଳକୁ ରହିଛି ଏହି ହୋଟେଲ । ଏହା ଆଜିକାଲିର ନୁହେଁ । ୧୯୨୮ ମସିହାରୁ ଚାଲିଆସିଛି । ପାତାଳ ଭିତରେ ଛୋଟ ବଡ଼ ୧୮ଟି ଗୁମ୍ଫା ରହିଛି ।
ଚିତ୍ରରେ ଦେଖୁଥିବା ଏଇଟି ‘ବିଗ୍ ରୁମ୍’ ଭାବେ ପରିଚିତ । ବିଗ୍ ରୁମ୍ ର ଲମ୍ବ ୧.୨ କିଲୋମିଟର ହୋଇଥିବା ବେଳେ ପ୍ରସ୍ତ ୧୯୧ ମିଟର ଓ ଉଚ୍ଚତା ୭୮ ମିଟର । ତଳକୁ ଯିବା ପାଇଁ ସିଡି ଓ ଏଲିଭେଟରର ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କୁ ଖାଦ୍ୟ ପାନୀୟ ଯ଼ୋଗାଇବା ପାଇଁ ଏହା ପ୍ରସ୍ତୁତ ହୋଇଛି । ପୂର୍ବରୁ ଗୁମ୍ଫା ଭିତରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ପରିବେଶ ଖରାପ ହେତୁ ଏବେ ବାହାରେ ରନ୍ଧା ଯାଇ ଏଠାରେ ପରଷା ଯାଉଛି । ପରିବେଶ କ୍ଷୟ ହେଉଥିବାରୁ ୧୯୯୩ରେ ଏହାକୁ ବନ୍ଦ କରିବାକୁ ପ୍ରଶାସନ ସ୍ତରରେ ଉଦ୍ୟମ ହୋଇଥିଲା । ମାତ୍ର ଏଯାବତ୍ ହୋଇପାରି ନାହିଁ । ')}