ଟ୍ରେନ୍‌ରେ ବାଣ ନେଲେ ୩ ବର୍ଷ ଜେଲ୍

1 min read

ଆପଣ ଟ୍ରେନରେ ଦୀପାବଳି ବାଣ ଆଣିବାକୁ ଚିନ୍ତା କରିଛନ୍ତି କି ? ଯଦି ଏପରି କରନ୍ତି ତେବେ ଆପଣଙ୍କର ଦୀପାବଳି ପୁରା ଭଣ୍ଡୁର ହୋଇଯିବ ।  କାରଣ ଆପଣଙ୍କୁ ଯିବାକୁ ପଡିପାରେ ୩ ବର୍ଷ ଜେଲ । ଟ୍ରେନରେ ବାଣ ବା କୌଣସି ଦହନଶୀଳ ସାମଗ୍ରୀ ନନେବାକୁ ପୁରା ବାରଣ କରାଯାଇଛି ।

ଏନେଇ କଡା ଆଭିମୁଖ୍ୟ ଆପଣେଇଛି ପୂର୍ବତଟ ରେଳବାଇ । ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଷ୍ଟେସନ ଓ ଟ୍ରେନରେ ବାଣ ନନେବାକୁ ସଚେତନ କରାଯାଉଛି । ଅନ୍ୟପଟେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ୧୮୨ ଟୋଲ ଫ୍ରି ନମ୍ବର ଖୋଲାଯାଇଛି ।

ଟ୍ରେନରେ କୌଣସି ବ୍ୟକ୍ତି ବାଣ ନେଇ ଯାଉଥିବା ଯଦି କିଏ ଦେଖେ ୧୮୨କୁ କଲ୍ କରି ଖବର ଦେଲେ ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି  । ')}

Leave a Reply