ଭୁବନେଶ୍ୱର: ଟାଇମ୍ସ ଗ୍ରୁପ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଟାଇମ୍ସ ହେଲ୍ଥ ଆଇକନ ଓଡ଼ିଶା ଆୱାର୍ଡ଼ ୨୦୨୩। ୫ ବର୍ଷ ହେଲାଣି ଟାଇମ୍ସ ଗ୍ରୁପ୍ ପକ୍ଷରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ସ୍ବାସ୍ଥ୍ୟ ସଂସ୍ଥା, ହସ୍ପିଟାଲ ଓ ଡ଼ାକ୍ତରଙ୍କୁ ବିଭିନ୍ନ କ୍ୟାଟେଗୋରୀରେ ଟାଇମ୍ସ ଆଇକନ ଆୱାର୍ଡ଼ ପ୍ରଦାନ କରାଯାଇଛି।
ସମଗ୍ର ରାଜ୍ୟରୁ ୪୫ଟି ହସ୍ପିଟାଲ ଓ ଡାକ୍ତର ଏହି ଆୱାର୍ଡ଼ ପାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇଥିବାରୁ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବଲିଉଡ଼ର ବରିଷ୍ଠ କଳାକାର ଅନୁପମ ଖେର ଯୋଗ ଦେଇ ଡାକ୍ତର ମାନଙ୍କୁ ଆୱାର୍ଡ଼ ପ୍ରଦାନ କରିଛନ୍ତି ।
ଟାଇମ୍ସ ହେଲ୍ଥ ଆଇକାନ୍ ଆୱାର୍ଡ଼ ପାଇଁ ରାଜ୍ୟରେ ୬୦ଦିନ ସର୍ଭେ କରାଯାଇ ବେଷ୍ଟ ହସ୍ପିଟାଲ ଓ ଡାକ୍ତର ଚୟନ ହୋଇଥିଲା। ସନ୍ତା ଫର୍ଟିଲିଟି ସେଣ୍ଟରକୁ ଫର୍ଟିଲିଟି କ୍ଷେତ୍ରରେ ଆୱାର୍ଡ଼ ପ୍ରଦାନ କରାଯାଇଛି। ସେହିପରି ଗାଇନୋକୋଲୋଜି କ୍ଷେତ୍ରରେ ଡାକ୍ତର ଜିଏସଏସ ମହାପାତ୍ରଙ୍କୁ ଟାଇମ୍ସ ପରିବର୍ତ୍ତନ ଆୱାର୍ଡ଼ ପ୍ରଦାନ କରାଯାଇଛି। ହେଲ୍ଥ ଆଇକନ ଆୱାର୍ଡ଼ରେ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟକୁ ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ ଡାକ୍ତର ଯୋଗ ଦେଇଥିଲେ।

