spot_img

Latest Posts

ଯାଜପୁରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏନେଇ ସାଇକେଲ ଓ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ସମ୍ବିତ କୁମାର ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିରେ ସଡ଼କ ସୁରକ୍ଷା ସ୍ଲୋଗାନ ଦେଇ ଚଣ୍ଡିଖୋଲ ବଜାର ପରିକ୍ରମା କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦେଇଥିଲେ । ପୋଲିସ ଅଧିକାରୀ, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ଏନସିସି କ୍ୟାଡେଟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ । RTO ଅଫିସ ପରିସରରେ ସଡ଼କ ସୁରକ୍ଷା ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

Latest Posts

Don't Miss