ଠାକୁର ଅନୁକୁଳଚନ୍ଦ୍ରଙ୍କ ଉତ୍କଳ ଆଗମନର ୧୦୧ତମ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ପୁରୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଠାକୁର ଅନୁକୁଳଚନ୍ଦ୍ରଙ୍କ ଉତ୍କଳ ଆଗମନର ୧୦୧ତମ ବର୍ଷ ପୂର୍ତ୍ତି । ଏହି ଉପଲକ୍ଷେ ପୁରୀ ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ହେଉଛି ସ୍ବତନ୍ତ୍ର ସମାରୋହ । କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦିନ ୧୧ଟା ୨୫ରେ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସାଢ଼େ ୧୧ ଟାରେ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।