ଟୁଇନ ସିଟିକୁ କଲବଲ କଲା ଘନ କୁହୁଡି, ୫୦ ମିଟର ଦୃଶ୍ୟମାନ କଷ୍ଟ
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କିଛି ସ୍ଥାନରେ ସକାଳ ୯ଟା ପରେ ଘରୁ ବାହାରୁଛନ୍ତି ଲୋକ । ଶୀତ ଦାଉରୁ ରକ୍ଷା ପାଇଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ପୁଆଁଉଥିବା ବେଳେ ଚା ଖଟିରେ ବି ଜମୁଛି ଭିଡ଼ । ଏପଟେ ଟୁଇନ ସିଟିରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଲିଛି । ସକାଳୁ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି ।
୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି ।
ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି ।