ବିଦେଶରେ ଚଳଚ୍ଚିତ୍ର RRRର କ୍ରେଜ୍ ଜାରି; ଗୋଲ୍ଡେନ ଗ୍ଲୋବ ଆୱାର୍ଡର ଦୁଇଟି ବର୍ଗରେ ମନୋନୀତ
1 min readନୂଆଦିଲ୍ଲୀ: ଅନେକ ଦେଶର ବକ୍ସ ଅଫିସରେ ଧମାଲ ମଚାଇଥିବା ଏସଏସ ରାଜମୌଲୀଙ୍କ RRRର ଜଲୱା ଏବେ ବି କମ୍ ହୋଇନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ଅନେକ ଆୱାର୍ଡ ନିଜ ନାଁରେ କରିସାରିଛି ଏହି ଚଳଚ୍ଚିତ୍ର । ଏଥିସହିତ ଆଉ ଏକ ଉପଲବ୍ଧି ଏହି ଚଳଚ୍ଚିତ୍ର ସହିତ ଯୋଡ଼ି ହୋଇଯାଇଛି । ସୂଚନାଯୋଗ୍ୟ, ଏହି ଫିଲ୍ମକୁ ପ୍ରତିଷ୍ଠିତ ଗୋଲ୍ଡେନ ଗ୍ଲୋବ ଆୱାର୍ଡର ଦୁଇଟି ବର୍ଗରେ ମନୋନୀତ କରାଯାଇଛି । ଜୁନିଅର ଏନଟିଆର୍ ଏବଂ ରାମ ଚରଣ ଅଭିନୀତ ଏହି ଫିଲ୍ମକୁ ବେଷ୍ଟ ନନ ଇଙ୍ଗଲିସ୍ ଲାଙ୍ଗୁଏଜ ଫିଲ୍ମ ଏବଂ ନାଟୁ-ନାଟୁ ପାଇଁ ବେଷ୍ଟ ଓରିଜିନାଲ ଗୀତ ପାଇଁ ମନୋନୀତ କରାଯାଇଛି ।
ଏହି ସିନେମା ବାସ୍ତବିକ ଜୀବନର ଦୁଇ କ୍ରାନ୍ତିକାରୀ କୋମାରାମ ଭିମ ଏବଂ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଉପରେ ଆଧାରିତ । ସାରା ବିଶ୍ୱରେ ଏହି ଫିଲ୍ମ ଜଲୱା ଦେଖାଇଛି । ଅନ୍ତର୍ଜାତୀୟ ଦର୍ଶକ ଏହି ସିନେମାକୁ ଖୁବ୍ ପ୍ରଶଂସା କରୁଛନ୍ତି । ସିନେମାରେ ରାମଚରଣ ଏବଂ ଜୁନିୟର ଏନଟିଆର ରାଜୁ ଓ ଭିମ ଚରିତ୍ରରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ଆଲିୟା ଭଟ୍ଟ, ଅଜୟ ଦେବଗନ ଏବଂ ଶ୍ରିୟା ସରନ ମଧ୍ୟ କାମ କରିଛନ୍ତି । ଆରଆରଆର ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଅଟେ ଯିଏକି ଶେଷ ପାଞ୍ଚଟିରେ ସ୍ଥାନ ବନାଇଛି ।
ଆରଆରଆର ବ୍ୟତୀତ ନନ ଇଂଲିସ ଲାଙ୍ଗୁଏଜ ଫିଲ୍ମ ଶ୍ରେଣୀରେ ଅଲ କ୍ୱାଇଟ୍ ଅନ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ (ଜର୍ମାନୀ, ଆର୍ଜେଣ୍ଟିନା ୧୯୮୫ (ଆର୍ଜେଣ୍ଟିନା), କ୍ଲୋଜ (ବେଲଜିୟମ) ଏବଂ ଡିସିସନ ଟୁ ଲିଭ୍ (ଦକ୍ଷିଣ କୋରିଆ) ଭଳି ଫିଲ୍ମ ମଧ୍ୟ ସ୍ଥାନ ବନାଇବାରେ ସଫଳତା ହାସଲ କରିଛନ୍ତି । ଏହି ପୁରସ୍କାର ସମାରୋହ ଲସ୍ ଆଞ୍ଜେଲ୍ସରେ ୧୦ ଜାନୁଆରୀ (ଭାରତରେ ଜାନୁଆରୀ ସକାଳ)ରେ ଆୟୋଜିତ କରାଯିବ । ସୂଚନାଥାଉକି ଆରଆରଆର୍ ଫିଲ୍ମ ବିଶ୍ୱରେ ୧୧ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା ।