ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ

1 min read

ଭୁବନେଶ୍ୱର: ଚୀନ ପରେ ଓଡ଼ିଶାରେ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ୱାରୀ ଗ୍ରୁପ ସ୍ଥାପନ କରିବ ଏହି ସୋଲାର କମ୍ପ୍ଲେକ୍ସ । ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ କରିବ ୱାରି ଗ୍ରୁପ । ସ୍ଥାପନ ହେବ ୧୦ ହଜାର ମେଗୱାଟର sand to module ପ୍ଲାଣ୍ଟ । ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ସ୍ଥାପନ ହେବ ଏହି ପ୍ଲାଣ୍ଟ । ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ ।

ଉନ୍ମୋଚିତ ହୋଇଛି ଫୁଡ୍ ପ୍ରୋସେସିଂ ପଲିସି । ଏହି ପଲିସି ଅଧିନରେ ନିବେଶକଙ୍କୁ ୩୦% ବା ସର୍ବାଧିକ ୩.୫ କୋଟି ଟଙ୍କାର ସବସିଡି ଦେବେ ସରକାର । ସ୍ଵତନ୍ତ୍ର ବର୍ଗରେ ଆଉ ୫% ରିହାତି ପାଇବେ ନିବେଶକ । ସୋଲାର ପାୱାର ଭିତ୍ତିକ ଶିଳ୍ପ କଲେ ଅତିରିକ୍ତ ୫% ରିହାତି ମିଳିବ । ମେଗା ଫୁଡ ପାର୍କ ଲାଗି ୧୫ କୋଟି ଟଙ୍କା ଯାଏଁ ସବସିଡି ମିଳିବ ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୧ଟି ସଂସ୍ଥା ୧୪୪୩ କୋଟି ଟଙ୍କାର ନିବେଶ ଆଗ୍ରହ ଦେଖାଇଛନ୍ତି । ଏହାଯୋଗୁଁ ପାଖାପାଖି ୧୦ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଉନ୍ମୋଚିତ ହୋଇଛି ଏକ୍ସପୋର୍ଟ ପଲିସି ୨୦୨୨ । ପଲିସି ଅଧିନରେ ରପ୍ତାନିକାରୀଙ୍କୁ ଲାଇସେନ୍ସ କ୍ଷେତ୍ରରେ ୫୦% ବା ସର୍ବାଧିକ ୪୦ ହଜାର ଟଙ୍କା ସରକାର ରିହତି ଦେବେ । ରପ୍ତାନି କ୍ଷେତ୍ରରେ ୨୧ଟି ସଂସ୍ଥା ଠାରୁ ୧୬୨ କୋଟିର ପୁଞ୍ଜିନିବେଶ ଆଗ୍ରହ ମିଳିଛି ।