ମେକ ଇନ ଓଡ଼ିଶା କନକ୍ଲେଭ; ତୃତୀୟ ଦିନରେ ୧୮୦ଟି ନିବେଶ ପ୍ରସ୍ତାବ ଗ୍ରହଣ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ମେକ ଇନ ଓଡ଼ିଶା କନକ୍ଲେଭରେ ମୋଟ୍ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଆଜି ତୃତୀୟ ଦିନରେ ଏକ ଲକ୍ଷ ୭୦ ହଜାର ୨୬୦ କୋଟି ଟଙ୍କାର ୧୮୦ଟି ନବେଶ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏଥିରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଖଣି ଓ ଇସ୍ପାତ କ୍ଷେତ୍ରରେ ୪୬ଟି କୃଷି ଓ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ରରେ ୪୩ଟି ଆଇଟିରେ ୨୪ଟି ଶକ୍ତି ରିନ୍ୟୁଏବଲ ଏନର୍ଜି କ୍ଷେତ୍ରରେ ୨୨ଟି କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ୯ଟି ଏଗ୍ରିମାର୍କେଟିଂ ଓ ଏଗ୍ରିବିଜନେସ କ୍ଷେତ୍ରରେ ୧୫୦ କୋଟି ଟଙ୍କାର ନିବେଶ ସହିତ ୧୯ଟି ପ୍ରସ୍ତାବ ଗ୍ରହଣ ହୋଇଛି । ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଉଦଘାଟନ ଓ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥିରେ ମୋଟ ୪ ହଜାର ୪୨୩ କୋଟି ଟଙ୍କା ନିବେଶ ହେଉଥିବା ବେଳେ ୧୪ ହଜାର ୨୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରେସମିଟରେ ସୂଚନା ଦେଇଛନ୍ତି ।