ଆଇନ ସମ୍ମତ ହେଲା ସମଲିଙ୍ଗୀ ବିବାହ, ଆମେରିକା ସିନେଟରେ ଐତିହାସିକ ବିଲ୍ ପାରିତ
1 min readୱାଶିଂଟନ: LGBTQ ସମାଜ ପାଇଁ ଖୁସି ଖବର । ଆଇନ ସମ୍ମତ ହେଲା ସମଲିଙ୍ଗୀ ବିବାହ । ଏଣିକି ଆମେରିକାରେ ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା । ସମଲିଙ୍ଗୀ ବିବାହକୁ ସୁରକ୍ଷା ନେଇ ଆମେରିକା ସିନେଟରେ ଐତିହାସିକ ବିଲ୍ ପାରିତ ହୋଇଛି । ସମଲିଙ୍ଗୀ ବିବାହକୁ ସୁରକ୍ଷା ନେଇ ବିଲ ପାସ୍ ହୋଇଛି । ବିଲ ସପକ୍ଷରେ ୬୧ ସଦସ୍ୟ ଭୋଟ ଦେଇଥିବା ବେଳେ ୩୬ ସଦସ୍ୟ ବିଲକୁ ବିରୋଧ କରିଥିଲେ । ସିନେଟରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସମଲିଙ୍ଗୀ ବିବାହକୁ ସମର୍ଥନ କରିଥିଲେ ।
ସେ କହିଥିଲେ, ଲଭ୍ ଇଜ୍ ଲଭ୍ । ଆମେରିକାବାସୀଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି ଯେ, ସେ ଯାହାକୁ ଭଲ ପାଉଛନ୍ତି ତାଙ୍କୁ ହିଁ ବିବାହ କରିବେ । ସିନେଟରେ ଏହି ବିଲ ପାସ୍ ହେବା ପରେ ଏହାକୁ ହାଉସଅଫ୍ ରିପ୍ରେଜେଣ୍ଟେଟିଭସକୁ ପଠାଇ ଦିଆଯାଇଛି । ଆମେରିକାରେ LGBTQ ସମାଜର ସମାନ ଅଧିକାର ପାଇଁ ଏହି ବିଲ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଶାସକ ଦଳର ନେତା ଚକ ସୁମର କହିଛନ୍ତି ।