spot_img

Latest Posts

ଘାଟିରେ ଓଲଟିଲା ବସ୍ : ୨୦ ଆହତ, ୬ ଗୁରୁତର

ଗଜପତି ଜିଲ୍ଲା ମାର୍ଲଭା ଘାଟିର ତିତିସିଂ ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି  ।  ଏଥିରେ ବସରେ ଥିବା ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ  ପାରଳାଖେମୁଣ୍ଡି  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର୍‌ ସମୟରେ ଏହି ଦୁର୍ଘଟଣା ଘଟିଛି।

‘ଇସ୍ପାତ’ ନାମକ ଏକ ବସ୍‌ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡ଼ିଥିଲା। ଖଜୁରୀପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି  । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି। ')}

Latest Posts

Don't Miss