ବୁଲା କୁକୁର କାମୁଡ଼ାରେ ୭ମାସର ଶିଶୁ ମୃତ
ନୋଏଡା: ନୋଏଡାରେ ବୁଲା କୁକୁର ଆତଙ୍କ। ବୁଲା କୁକୁର କାମୁଡ଼ାରେ ଶିଶୁ ମୃତ। ଗତକାଲି ଏକ ବୁଲା କୁକୁର କାମୁଡ଼ାରେ ୭ମାସର ଶିଶୁ ଗୁରୁତର ହୋଇଥିଲା । ଶିଶୁର ଅନ୍ତନଳୀ ବାହାରି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁଟିର ମୃତ୍ୟୁ ହୋଇଛି ।
ସେପଟେ ବୁଲା କୁକୁର ହଟାଇବାକୁ ଦାବି କରି ଆଜି ନୋଏଡା ସେକ୍ଟର ୧୦୦ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଆପାର୍ଟମେଣ୍ଟର ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ ଦାବି କରିଛନ୍ତି।