ଭୁବନେଶ୍ୱର: ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ୧୬ଟି ଦେଶର ଆମ୍ବାସଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ।
କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ ଆସିବ ତାହା ଉପରେ ଗୁରୁତ୍ବ ଦେବେ ନବୀନ । ଦେଶରେ ପୁଞ୍ଜି ନିବେଶ କରିବା ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବେ ନବୀନ। ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର କେଉଁ କେଉଁ ସୁବିଧା ଯୋଗାଇ ଦେବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ।

ତେବେ ରାଜ୍ୟ ସରକାର ସିଙ୍ଗିଲ ଓ୍ବିଣ୍ଡୋ ଜରିଆରେ ଜମି, ବିଜୁଳି, ପାଣି ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ନିବେଶକଙ୍କୁ ବୁଝାଇ କହିବେ ନବୀନ । ଅପରପକ୍ଷେ କରୋନା କାରଣରୁ ଦୁଇ ବର୍ଷ ପରେ ଏହି କନକ୍ଲେଭ ଆୟୋଜିତ ହେବାକୁ ଯାଉଛି।

