spot_img

Latest Posts

ଚୋରକୁ ଚାର୍ଜର ବିକି ଫସିଲେ ବ୍ୟବସାୟୀ, ଅଚଳ ହେଲା ଆକାଉଣ୍ଟ

ଭୁବନେଶ୍ୱର: ଚୋରକୁ ଚାର୍ଜର ବିକି ଫସିଲେ ବ୍ୟବସାୟୀ । ଫ୍ରିଜ ହେଲା ଦୋକାନୀଙ୍କ ଆକାଉଣ୍ଟ । ଭୁବନେଶ୍ୱର ବାପୁଜୀ ନଗରରେ ଘଟଛି ଏଭଳି ଘଟଣା । ଖବର ମୁତାବକ ଜଣେ ଚୋର  ମୋବାଇଲ ଚୋରି କରି ସେଥିରେ ଜଣେ ଦୋକାନୀଙ୍କୁ ପେମେଣ୍ଟ କରିଥିଲା  ।  ଚାର୍ଜର କିଣିବାକୁ  ଯାଇ ବାପୁଜୀନଗରରେ ୟୁପିଆଇ ପେମେଣ୍ଟ କରିଥିଲା ।

ତେବେ ମୋବାଇଲକୁ ଖୋଜିବାବେଳେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜାଣିଥିଲା ସାଇବର ପୋଲିସ ।  ପରେ ଦୋକାନୀଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ସାଇବର ପୋଲିସ  ।  ଆକାଉଣ୍ଟକୁ ଅଚଳ କରି ତଦନ୍ତ ଜାରି ରଖିଛି ।  ସେପଟେ ଆକାଉଣ୍ଟ ଅଚଳ ହୋଇଥିବାରୁ ଏବେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ସଂପୃକ୍ତ ଦୋକାନୀ ।

Latest Posts

Don't Miss