ଶିଳ୍ପ ପ୍ରତିଷ୍ଠାରେ ଶିଖର ଛୁଇଁବ ଓଡ଼ିଶା

ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠାରେ ଶିଖର ଛୁଇଁବ ଓଡ଼ିଶା । ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ନୂଆ ଇସ୍ପାତ କାରଖାନା । ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ରେ ସର୍ବାଧିକ ୩ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ସେହିପରି ଯାଜପୁରରେ ୨ଟି କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।

ଅନୁଗୁଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ୫୧ଟି ଇସ୍ପାତ କାରଖାନା ରହିଛି । ଏଗୁଡ଼ିକର ବାର୍ଷିକ ଉତ୍ପାଦନ କ୍ଷମତା ୩୩ ଦଶମିକ ୧୨ ମିଲିଅନ ଟନ୍ ରହଛି । ନୂଆ କାରଖାନା ପ୍ରତିଷ୍ଠା ହେଲେ ଇସ୍ପାତ ଉତ୍ପାଦନ ଆହୁରି ବୃଦ୍ଧି ପାଇବ ।