ମହଙ୍ଗା ମାଡ଼; କିଏ ବଳଦ ଗାଡ଼ି ତ ଆଉ କିଏ ଗଧ ଗାଡ଼ିରେ ଅଫିସ ଯିବାକୁ ବାଧ୍ୟ
2 min readଇସ୍ଲାମାବାଦ: ପଡ଼ୋଶୀ ପାକିସ୍ତାନର ଗୋଟିଏ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖବର ମୁତାବକ ପାକିସ୍ତାନର ଏକ ଏୟାରପୋର୍ଟ କର୍ମୀ ସେଠାରେ ଦରଦାମ ବୃଦ୍ଧିକୁ ନେଇ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ଦରଦାମ ବୃଦ୍ଧି ଲାଗି ସେ ଘରୋଇ ପରିବହନ ବ୍ୟବସ୍ଥାର ଖର୍ଚ୍ଚ ମୁଣ୍ଡାଇ ପାରୁନାହାନ୍ତି । ଏଣୁ ସେ ଅଫିସ ଯିବା ଆସିବା ପାଇଁ ଗଧ ଗାଡ଼ିର ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି । ତେବେ ଭାରତରରେ ମଧ୍ୟ ଏଭଳି ଘଟଣା ପୂର୍ବରୁ ସାମ୍ନାକୁ ଆସିସାରିଛି । ବାଇକ୍ କିମ୍ୱା ଅଟୋ ବଦଳରେ ବଳଦ ଗାଡ଼ି ଏବଂ ଘୋଡ଼ା ଗାଡ଼ିକୁ ବିକଳ୍ପ ଭାବେ ବ୍ୟବହାର କରିଛନ୍ତି ।
An employee of the #Pakistan Civil Aviation Authority has written to the head of the agency seeking permission to come to work on a donkey cart because he can’t afford any other type of transportation: “Please allow me to bring my donkey cart to the airport.” pic.twitter.com/bL9JocCbbv
— Mehreen Zahra-Malik (@mehreenzahra) June 3, 2022
ସାମ୍ୱାଦିକ ମେହରିନ୍ ଜହରା ମଲିକ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଚିଠି ସେୟାର କରିଛନ୍ତି । ଯିଏ ଜଣେ ପାକିସ୍ତାନୀ ନାଗିରିକ । ଚିଠି ଲେଖି, ଗଧ ଗାଡ଼ିରେ ଅଫିସର ଆସିବା ନେଇ ଅନୁମତି ମାଗିଛନ୍ତି । କାହିଁକି ନା ସେ ଘରୋଇ ପରିବହନର ଖର୍ଚ୍ଚ ବହନ କରିପାରିବେ ନାହିଁ । ଦୟାକରି ଏୟାରପୋର୍ଟକୁ ଗଧ ଗାଡ଼ି ଆଣିବାକୁ ଅନୁମତି ଦିଆଯାଉ ।
Karnataka: Roopesh Kumar Verma, a software employee at a firm in Bengaluru, rode to his office on a horse on his last working day, says 'I'm an animal lover & wanted to promote the idea of veganism'. pic.twitter.com/uVGlAMz3jm
— ANI (@ANI) June 16, 2018
ତେବେ ଏହି ଘଟଣାଟି ପାକିସ୍ତାନର ହୋଇଥିଲେ ମଧ୍ୟ ୨୦୧୮ ମସିହାରେ ବେଙ୍ଗାଲୁରୁରୁ ଆସିଥିଲା ଏଭଳି ଖବର । ରୁପେଶ ବର୍ମା ନିଜ ଚାକିରିର ଶେଷ ଦିନରେ ଘୋଡ଼ା ଗାଡ଼ିରେ ଆସିଥିଲେ । ଯାହାର ଫଟୋ ଖୁବ ଭାଇରାଲ ହୋଇଥିଲା । ସେ ସହରର ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ବିରକ୍ତ ହୋଇଯାଇଥିବା ବେଳେ ପ୍ରଶାସନ ଧ୍ୟାନ ଆକୃଷ୍ଟ କରିବାକୁ ସେ ଏଭଳି କରିଥିଲେ ।