OAS ସ୍ତରରେ ଅଦଳବଦଳ, ନିବେଦିତା ମିଶ୍ର ହେଲେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ୱର: ଓଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଏପିଏସସିର ସଚିବ ଭାବେ ବଦଳି କରାଯାଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିବେଦିତା ମିଶ୍ର ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ । ଯାଜପୁରରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ଅନୁଗୁଳ ଆଠମଲ୍ଲିକର ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୁଳ ପିଡି ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି ।