ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା
1 min readଭୁବନେଶ୍ୱର: ମୁସଲମାନ୍ ଭାଇ-ଭଉଣୀମାନଙ୍କ ପର୍ବ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମୁସଲମାନ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
सभी देशवासियों, विशेषकर मुस्लिम भाइयों-बहनों को ईद मुबारक! रमज़ान के पवित्र महीने के बाद मनाया जाने वाला यह त्योहार समाज में भाईचारे तथा सद्भावना को मजबूत करने का पावन अवसर है। आइए, इस पवित्र अवसर पर, हम सब, स्वयं को मानवता की सेवा तथा जरूरतमंदों के जीवन को संवारने का संकल्प लें।
— President of India (@rashtrapatibhvn) May 3, 2022
ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ବିଶେଷକରି ମୁସଲମାନ ଭାଇ-ଭଉଣୀଙ୍କୁ ଇଦ୍ ମୁବାରକ୍ । ପବିତ୍ର ରମଜାନ୍ ମାସ ପରେ ପାଳିତ ହେଉଥିବା ଏହି ପର୍ବ ସମାଜରେ ଭାଇଚାରା ଓ ସଦ୍ଭାବନାକୁ ମଜବୁତ୍ କରିଥାଏ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସବୁ ନିଜକୁ ମାନବତାର ସେବାରେ ସମର୍ପି ଦେବା ଏବଂ ଗରିବଙ୍କ ଜୀବନରେ ସୁଧାର ଆଣିବାକୁ ପ୍ରୟାସ କରିବା ।
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍ ଉଲ୍ ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ଆମମାନଙ୍କ ମଧ୍ୟରେ ଏକତା ଏବଂ ଭାତୃଭାବକୁ ଆହୁରି ବୃଦ୍ଧି କରୁ ।
Best wishes on Eid-ul-Fitr. May this auspicious occasion enhance the spirit of togetherness and brotherhood in our society. May everyone be blessed with good health and prosperity.
— Narendra Modi (@narendramodi) May 2, 2022
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
Warm greetings on the auspicious occasion of #EidUlFitr. May the spirit of #Eid bring happiness, peace, prosperity and lead us in the path of compassion and love.#EidMubarak pic.twitter.com/n5FtLIaLEX
— Naveen Patnaik (@Naveen_Odisha) May 3, 2022