ଇସ୍ତଫା ଦେଲେ ପିଓକେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ ନିଆଜି

ନୂଆଦିଲ୍ଲୀ: ପୁଣି ଇମ୍ରାନ୍‌ ଖାନଙ୍କୁ ଲାଗିଲା ଆଉ ଏକ ଝଟକା । ପାକିସ୍ତାନର ଅକ୍ତିଆରରେ ଥିବା ପିଓକେର ପ୍ରଧାନମନ୍ତ୍ରୀ ସରଦାର ଅବଦୁଲ କୟ୍ୟୁମ ନିଆଜି ପିଟିଆଇ ପାର୍ଟିରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଇସ୍ତଫା ଦେଇଛନ୍ତି।

ରିପୋର୍ଟ ଅନୁସାରେ ମଙ୍ଗଳବାର  ପିଓକେରେ ପିଟିଆଇର ୨୫ ଜଣ ସଦସ୍ୟ ନିୟାଜିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଧାରା ୧୮ ଅନୁଯାୟୀ ଉପସ୍ଥାପନ ହୋଇଥିବା  ପ୍ରସ୍ତାବରେ କୁହାଯାଇଛିଯେ, ପରିଚାଳନାଗତ ଅବ୍ୟବସ୍ଥା, ସମ୍ମାନର ଉଲଙ୍ଘନ ଏବଂ କାର୍ଯ୍ୟରେ ଅବହେଳା ଯୋଗୁଁ ନିୟାଜି ସଂସଦୀୟ ଦଳର ଆତ୍ମବିଶ୍ୱାସ ହରାଇଛନ୍ତି । ଅନ୍ୟପଟେ ପିଟିଆଇ ବିଧାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ଦ୍ଦାର ତନବୀର ଇଲିୟାଜଙ୍କ ନାମ ନେଇଛନ୍ତି । ସେ ହେଉଛନ୍ତି ପିଟିଆଇର ଆଞ୍ଚଳିକ ମୁଖ୍ୟ ।

ଉଲ୍ଲେଖଯୋଗ୍ୟ, ନିଆଜି ଗତବର୍ଷ ପିଓକେର ପ୍ରଧାନମନ୍ତ୍ରୀ ହୋଇଥିଲେ। ପିଟିଆଇ ନିର୍ବାଚନରେ ୫୩ ଆସନରୁ ୩୨ଟି ଆସନରେ ବିଜୟ ହାସଲ କରିଥିଲେ। ଭାରତ ପିଓକେର ନିର୍ବାଚନକୁ ଅସ୍ୱୀକାର କରିବା ସହ ବେଆଇନ ଆଇନ ଅକ୍ତିଆରକୁ ଚୁଲାଇବା ପାଇଁ ଏକା ପାକିସ୍ତାନର ଷଡଯନ୍ତ୍ର ବୋଲି  କହିଥିଲା।