ନାସା ହବଲକୁ ମିଳିଗଲା ଚମକୁଥିବା ତାରାଙ୍କ କାରଖାନା
1 min readନୂଆଦିଲ୍ଲୀ: ନାସାର ହବଲ ସ୍ପେସ୍ ଟେଲିସ୍କୋପକୁ ମିଳିଛି ଆଉ ଏକ ସଫଳତା । ଯାହା ମହାକାଶର ସବୁଠାରୁ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ଛବିକୁ କଏଦ କରିଛି । ଯାହା ଆପଣଙ୍କୁ କେବଳ ଇଣ୍ଟରନେଟରେ ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଥିବ ସତ, କିନ୍ତୁ ବାସ୍ତବ ନୁହେଁ ।
ନାସା ହବଲ ତା’ର ସୋସିଅଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଗ୍ୟାଲେକ୍ସିର ଫଟୋ ଶେୟାର କରିଛି । ଯାହା ପୃଥିବୀ ଠାରୁ ଲକ୍ଷ ଲକ୍ଷ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।
ହବଲ ଏହି ନୂତନ ଗ୍ୟାଲେକ୍ସିକୁ ଏକ ‘ଷ୍ଟାର ଫ୍ୟାକ୍ଟ୍ରି’ ବୋଲି ଆଖ୍ୟା ଦେଇଛି । ଏହି ଗ୍ୟାଲେକ୍ସି ମହାକାଶରେ କୋଟି କୋଟି ‘ଷ୍ଟାର କ୍ଲଷ୍ଟର’ ତିଆରି କରୁଛି । ଏହି ଗ୍ୟାଲେକ୍ସିର ନାଁ ହେଉଛି NGC 1569 ।
A glittering galaxy ✨
This #HubbleClassic shows a hotbed of vigorous starbirth named NGC 1569. The galaxy’s “star factories” are manufacturing bright blue star clusters!
NGC 1569 is ~7 million light-years away: https://t.co/Qs2axkYuKJ pic.twitter.com/5fI02e56Li
— Hubble (@NASAHubble) April 5, 2022
ଏକ ସୁନ୍ଦର ଏବଂ ଚମତ୍କାର ଫଟୋ ଶେୟାର କରି ନାସା ଲେଖିଛିଯେ, “A glittering galaxy! ଆଉ ଏହି ଗ୍ୟାଲେକ୍ସି ହେଉଛି ତାରକା କାରଖାନା । ଯେଉଁଠି ଗଢ଼ି ହେଉଛି ଚମକୁଥିବା ନୀଳ ରଙ୍ଗର ତାରା । ତେବେ ପ୍ରାୟ ୨୫ ମିଲିୟନ ବର୍ଷ ପୂର୍ବେ ଏହି ଗ୍ୟାଲେକ୍ସିର ତାରକା ଗୁଡ଼ିକର ଆବିର୍ଭାବ ହୋଇଥିଲା । ଏହି ସମୟରେ ନୂଆ ନୂଆ ମାନବ ଜନ୍ମ ହୋଇଥିଲା ।
ସୂଚନାଯୋଗ୍ୟ ହବଲର ସୋସିଅଲ ମିଡିଆ ଆକାଉଣ୍ଟରେ ପ୍ରାୟ ୭.୬ ମିଲିଅନ ଫଲୋର୍ସ ଅଛନ୍ତି । ଏହି ଟେଲିସ୍କୋପ୍ ଅଧିକାଂଶ ସମୟର ଫଟୋ ମାଧ୍ୟମରେ ମହାକାଶର ଖବର ଦେଇଥାଏ । ଏହାଦ୍ୱାରା ପୃଥିବୀ ବାହାର ବିଷୟରେ ଜାଣିବାକୁ ମିଳେ ।