ବାପା କାନ୍ଧରେ ଝିଅ ଶବ, ଆମ୍ବୁଲାନ୍ସ ନ ମିଳିବାରୁ ୧୦ କିଲୋମିଟର ବୋହିଲେ ମୃତଦେହ
1 min readରାୟପୁର: ପୁଣି ମାନବିକତାର ମୃତ୍ୟୁ । ଶବକୁ ମିଳିଲାନି ସମ୍ମାନ । କାନ୍ଧରେ ବୋହିଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଝିଅକୁ । ହୃଦୟର କୋହକୁ ଚାପି ଧରି ବାପାର ପାଦ ଆଗକୁ ବଢ଼ୁଛି, କାନ୍ଧରେ ଅଛି ୭ ବର୍ଷର ଝିଅର ଶବ । ମନକୁ ଦୋହଲାଇ ଦେଉଥିବା, ଛାତିକୁ ଥରେଇ ଦେଉଥିବା ଏ ଦୃଶ୍ୟ ଛତିଶଗଡ଼ର । ଲଖନପୁର ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି ।
ଶନିବାର ସକାଳେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିଲା । ନାବାଳିକାକୁ ଜର ସହ ପେଟ ଯନ୍ତ୍ରଣା ହେବାରୁ ମେଡିକାଲ ଆଣିଥିଲେ ପରିବାର ଲୋକ । ଜର କାରଣରୁ ଝିଅ କିଛି ଖାଇନଥିବା ନାବାଳିକାର ପିତା ଡାକ୍ତର ଓ ନର୍ସଙ୍କୁ କହିଥିଲେ । ଯାହାପରେ ନର୍ସ ଏକ ଇଞ୍ଜେକ୍ସନ୍ ଦେବାର କିଛି କ୍ଷଣ ପରେ ଝିଅଟିର ମୃତ୍ୟୁ ହୋଇଥିଲା ।
Surguja: Chhattisgarh Health Min TS Singh Deo orders probe after video of a man carrying body of his daughter on his shoulders went viral
Concerned health official from Lakhanpur should have made the father understand to wait for hearse instead of letting him go, Deo said(25.3) pic.twitter.com/aN5li1PsCm
— ANI MP/CG/Rajasthan (@ANI_MP_CG_RJ) March 26, 2022
ଝିଅର ମୃତଦେହକୁ ନେବାକୁ ବାପା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ମାଗିଥିଲେ । ହେଲେ କର୍ତ୍ତୃପକ୍ଷ ଶବବାହକ ଗାଡ଼ି ବ୍ୟବସ୍ଥା ନଥିବା କହିଥିଲେ । ବରଂ ନିଜେ ଗାଡ଼ି ବ୍ୟବସ୍ଥା କରି ମୃତଦେହ ନେବାକୁ କହିଥିଲେ । ଯାହା ପରେ ଝିଅର ବାପାମାଆ କାନ୍ଦି କାନ୍ଦି ମୃତଦେହକୁ କାନ୍ଧରେ ପକାଇ ୧୦ କିଲୋମିଟର ଚାଲି ଚାଲି ଯାଇଥିଲେ ।
୨ ଦିନ ଧରି ଅମଦଲାର ଈଶ୍ୱର ଦାସଙ୍କ ଝିଅ ସୁରେଖାକୁ ଜର ହୋଇଥିଲା । ରାତିରେ ପେଟରେ ଯନ୍ତ୍ରଣା ହେବାରୁ ସକାଳେ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଇଞ୍ଜେକ୍ସନ ଦେବା ପରେ ଝିଅଟିର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅନୁସାରେ, ନାବାଳିକାର ଅମ୍ଲଜାନ ସ୍ତର କମ୍ ରହିଥିଲା । ୧୫ ଦିନ ହେଲା ଜର ଲାଗି ରହିଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲ ଆଣିଥିଲେ । ଚିକିତ୍ସା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ମୃତ୍ୟୁ ହୋଇଥିଲା । ଏନେଇ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍. ସିଂହ ଦେବ ଜାଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।