ଆହୁରି ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ ଯୁଦ୍ଧ

1 min read

କିଭ୍: ଯୁଦ୍ଧକୁ ତିନି ସପ୍ତାହ ପୁରିଛି । ୨୨ ଦିନର ଘମାଘୋଟ ଯୁଦ୍ଧ ପରେ ଆହୁରି ଭୟଙ୍କର ରୂପ ନେଉଛି ସଂଘର୍ଷ । ମାରିଉପୁଲରେ ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । ଏ ଯାଏ ବି କିବ୍‌ କବଜା କରିବାରେ ସଫଳ ହୋଇନି ମସ୍କୋ । କିବ୍ ସହର ବାହାରେ ଚାଲିଛି ଆର୍ ପାରର ଲଢ଼େଇ । ହମଲା ଯୋଗୁ ଅନେକ ସ୍ଥାନରେ ଗତ ଦୁଇ ସପ୍ତାହ ଧରି ବିଦ୍ୟୁତ୍ ସଂଯୋଗ ନଥିବାରୁ ବିଗିଡିବାରେ ଲାଗିଛି ସ୍ଥିତି । ମାଇନସ ୫ଡିଗ୍ରୀ ତାପମାତ୍ରାରେ ଅତି ଦୟନୀୟ ଭାବେ ବଞ୍ଚୁଛନ୍ତି ଲୋକେ ।

ଯୁଦ୍ଧରେ ଏବେସୁଦ୍ଧା ୭ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ରିପୋର୍ଟ ଦେଇଛି । କେବଳ ମାରିଉପୋଲରେ ୨୪ଲୋକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି । ଋଷ ସେନାକୁ ରୋକିବାକୁ ୟୁକ୍ରେନ ଯଥାସମ୍ଭବ ଚେଷ୍ଟା ଚଳାଇଥିବା ବେଳେ ଆଟାକକୁ ଆହୁରି ଜୋରଦାର କରିଛି ମସ୍କୋ । ମିସାଇଲ ମାଡ଼ରେ ମାରିୟୁପୋଲରେ ଏକ ଥିଏଟର କୋଠା ଧୂଳିସାତ୍ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ପକାଇଯାଇଛି ବୋମା । ଖାଦ୍ୟ ଲାଗି ଅପେକ୍ଷା କରିଥିବା ୧୦ ଜଣ ବିପନ୍ନଙ୍କୁ ଋଷ ସୈନ୍ୟ ଗୁଳି କରି ହତ୍ୟା କରିଥିବା ଅଭିଯୋଗ କରିଛି ୟୁକ୍ରେନ ।

Russia Ukraine War Former Female Spy Revealed Putin's Secret

ସେପଟେ ଯୁଦ୍ଧ ଭୟରେ ଜୀବନ ବଞ୍ଚାଇବା ପାଇଁ ଜାରି ରହିଛି ପଳାୟନ । ଓଡ଼େଶା ଷ୍ଟେସନରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖାଯାଇଛି । ଯୁଦ୍ଧ ବନ୍ଦ ଲାଗି ଋଷ ରଖୁଥିବା ସର୍ତ୍ତ ପୁରଣ କରିବା ସମ୍ଭବ ନୁହେଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ସେପଟେ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଧ କରିବାକୁ ଋଷକୁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନାସନାଲ କୋର୍ଟ ଅଫ୍ ଜଷ୍ଟିସ ବା ICJ ।