spot_img

Latest Posts

ରାଜନୀତିରେ ରାଜ ପରିବାର, ଧରାକୋଟ ରାଜା ହେଲେ ବ୍ଲକ ଅଧ୍ୟକ୍ଷା

 ବ୍ରହ୍ମପୁର: ରାଜନୀତିରେ ରାଜ ପରିବାର। ଧରାକୋଟ ରାଜବଂଶରୁ ପିଢି ପରେ ପିଢି ଏହି ପରିବାରରୁ ରାଜନୀତିରେ ରହି ସେବା କରିବା ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି। ସାନଖେମୁଣ୍ଡିର ପୂର୍ବତନ ବିଧାୟକା ନନ୍ଦିନୀ ଦେବୀଙ୍କ ଝିଅ ତଥା ରାଜ ପରିବାରର ରାଜା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ସମିତି ସଭ୍ୟନିର୍ବାଚନରେ ଚଳିତ ନିର୍ବାଚନରେ  ବିଜୟ ଲାଭ କରିଥିଲେ  ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ସମିତିସଭ୍ୟ ଭାବେ ନିର୍ବାଚିତ ହେବା ପରେ  ଏବେ ଧରାକୋଟ ବ୍ଲକ ଅଧ୍ୟକ୍ଷ ପଦ ପାଇଛନ୍ତି । ବ୍ଲକ ଅଧ୍ୟକ୍ଷ ହେବା ପରେ ସେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧାରେ  ଯଥା ସମ୍ଭବ ଭାଗୀଦାରୀ ହେବେ  । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସର୍ବଦା ପ୍ରୟାସରତ ରହିବେ ବୋଲି ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ରଖିଛନ୍ତି  ।

 

Latest Posts

Don't Miss