spot_img

Latest Posts

ୟୁକ୍ରେନ ପାସପୋର୍ଟ ବଞ୍ଚାଇଲା ୧୬ବର୍ଷ ବାଳକ ଜୀବନ, ଜାଣନ୍ତୁ କେମିତି…

କିଭ୍:  ୟୁକ୍ରେନରେ ଜାରି ରହିଛି ଋଷର ଆକ୍ରମଣ । ୟୁକ୍ରେନ ବଡ଼ ବଡ଼ ସହର ଉପରେ କବଜା କରିବାକୁ ଋଷର ସୈନ୍ୟ ଘନ ଘନ ମିସାଇଲ ମାଡ଼ ଚଳାଇଛନ୍ତି । ପୂର୍ବରୁ ଋଷ କହିଥିଲା ​​ଯେ ୟୁକ୍ରେନର ସାମରିକ ବେସକୁ ଟାର୍ଗେଟ କରାଯାଇଛି, କିନ୍ତୁ ବର୍ତ୍ତମାନ ଋଷ ସୈନିମାନେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗୁଳି ଚଳାଉଛନ୍ତି । ଏଭଳି ଏକ ଆକ୍ରମଣରୁ ୟୁକ୍ରେନର ଜଣେ ୧୬ ବର୍ଷର ବାଳକର ଜୀବନ ବଞ୍ଚିଯାଇଛି । ତେବେ ଏନେଇ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପାସପୋର୍ଟର ଫଟୋ ଦିଆଯାଇ କୁହାଯାଇଛି ଯେ, ପକେଟରେ ଥିବା ଏହି ପାସପୋର୍ଟ କାରଣରୁ ୟୁକ୍ରେନର ଜଣେ ୧୬ ବର୍ଷ ବାଳକର ଜୀବନ ବଞ୍ଚିଯାଇଛି। ସେ ଲେଖିଛନ୍ତି, ‘ବନ୍ଧୁକର ଗୁଳିର ଏକ ଖଣ୍ଡ ୟୁକ୍ରେନର ପାସପୋର୍ଟରେ ଅଟକି ଯାଇଥିଲା। ଯେଉଁଥି ପାଇଁ ୧୬ ବର୍ଷ ବାଳକର ଜୀବନ ବଞ୍ଚିଯାଇଛି । ତେବେ ଆହତ ବାଳକକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି ଯେଉଁଠାରେ ତାଙ୍କୁ ଅପରେସନ୍ କରାଯାଉଛି।

ସୂଚନା ଅନୁଯାୟୀ, ଏହି ଘଟଣା ୟୁକ୍ରେନର ମାରିୟୁପୋଲ ସହରରୁ ଆସିଛି । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଋଷର ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ଏବଂ ସେମାନଙ୍କ ଉପରେ ଗୁଳି ମାଡ଼ କରୁଛି । ଉଲ୍ଲେଖନୀୟ ବିଷୟ ହେଉଛି, ଋଷର ସୈନ୍ୟମାନେ ୟୁକ୍ରେନ ସହର ଉପରେ ଆକ୍ରମଣ ଜାରି ରଖିବା ସହ ୟୁକ୍ରେନର ଅନେକ ସହରକୁ କାବୁ କରିଥିବାର ଦାବି କରୁଛନ୍ତି।

Latest Posts

Don't Miss