ଋଷ-ୟୁକ୍ରେନ୍ ଯୁଦ୍ଧ, ବୋମାମାଡ଼ରେ ଆଖି ବୁଜିଲେ ଭାରତୀୟ ଛାତ୍ର
1 min readନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ବେଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଜି ସକାଳେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଭାରତୀୟ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ପରେ ଲାଗୁଥିଲା କିଭରେ ସ୍ଥିତି ବିଗିଡ଼ି ଯାଇଛି ଓ ଆକ୍ରମଣ ହୋଇପାରେ । ଚିନ୍ତା ବଢ଼ୁଥିବା ବେଳେ ଏବେ ଭାରତ ପାଇଁ ଦୁଃଖଦ ଖବର ଆସିଛି ।
Foreign Secretary is calling in Ambassadors of Russia and Ukraine to reiterate our demand for urgent safe passage for Indian nationals who are still in Kharkiv and cities in other conflict zones.
Similar action is also being undertaken by our Ambassadors in Russia and Ukraine.
— Randhir Jaiswal (@MEAIndia) March 1, 2022
ସୂଚନା ଅନୁସାରେ, ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବିଦେଶ ମନ୍ତ୍ରଣାଳୟ ମୃତ ଛାତ୍ରଙ୍କ ପରିବାର ସହ ସମ୍ପର୍କରେ ଅଛି । ମଙ୍ଗଳବାର ସକାଳୁ ୟୁକ୍ରେନର ସବୁ ବଡ଼ ବଡ଼ ସହର ଉପରେ ଋଷ ଆକ୍ରମଣକୁ ବ୍ୟାପକ କରିଥିଲା । କିଭ୍ ଆଡ଼କୁ ଋଷ ସୈନ୍ୟ ମାଡ଼ି ଚାଲିଥିଲେ । ଖାର୍କିଭରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ବିଦେଶ ମନ୍ତ୍ରଣାଳୟ ଋଷ ଓ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ଖାର୍କିଭରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣଙ୍କ କର୍ଣ୍ଣାଟକର ହାବେରି ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କ ନାଁ ନବୀନ ଏଏସଜି ବୋଲି କୁହାଯାଉଛି । ଏହାଛଡ଼ା ୟୁକ୍ରେନର ଖାର୍କିଭ ଓ ଅନ୍ୟ ସହରରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସରକାର ୟୁକ୍ରେନ୍ ଓ ଋଷ ଆଗରେ ଦାବି ରଖିଛନ୍ତି ।