ଯୁଦ୍ଧ ଭିତରେ ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ଇମ୍ରାନ ଖାନ
1 min readମସ୍କୋ: ୟୁକ୍ରେନରେ ଋଷର ଆକ୍ରମଣ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଦୁଇ ଦିନିଆ ଋଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ।
A meeting between PM @ImranKhanPTI and Russian President Vladimir Putin is in progress at Kremlin, Moscow.
The two leaders will discuss the entire gamut of Pakistan-Russia bilateral cooperation, and exchange views on regional and global issues of mutual interest.#PMIKInRussia pic.twitter.com/pNT40VkYnB
— Prime Minister's Office (@PakPMO) February 24, 2022
ବୈଠକ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଦୁଇଦେଶ ମଧ୍ୟ ଦ୍ୱିପାକ୍ଷିକ ସମ୍ବନ୍ଧ ନେଇ ସମସ୍ତ କ୍ଷେତ୍ରରେ ଆଲୋଚନା ସହ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ଦିଆଯିବ ବୋଲି କୁହାଯାଇଥିଲା । ବିଗତ ୨ ଦଶନ୍ଧି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଋଷ ଗସ୍ତ ।
ଏଥିସହ ପଢ଼ନ୍ତୁ: ୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ; ୮ ବର୍ଷ ପରେ ୟୁକ୍ରେନ୍ ଉପରେ ଆକ୍ରମଣ
ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଇମ୍ରାନ୍ ଖୁସ୍, ମସ୍କୋରେ କହିଲେ ‘ଠିକ୍ ସମୟରେ ପହଞ୍ଚିଛି’
୨୪ ତାରିଖରେ ଇମ୍ରାନ ଖାନ ମସ୍କୋର ପହଞ୍ଚିଥିଲେ । ଇମ୍ରାନଙ୍କ ମସ୍କୋ ଗସ୍ତ ଉପରେ ଆମେରିକା ସମେତ ଅନ୍ୟ ରାଷ୍ଟ୍ର ମଧ୍ୟ ନଜର ରଖିଛନ୍ତି ।